Odiapua.com

ମି ଠୁ” କୁ ନେଇ ମହିଳା “ଠୁ ଲେଟ” କାହିଁକି? :ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର;୧୪,ଅକ୍ଟୋବର:”ମି ଠୁ” କୁ ନେଇ ମହିଳା “ଠୁ ଲେଟ” କାହିଁକି?ଏପରି ପ୍ରଶ୍ନ ଉଠାଇଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରହାତକର।ରହାତକରଙ୍କ କହିବା ଅନୁଯାୟୀ ଯେଉଁ ମହିଳା ମାନଙ୍କର “ମି ଠୁ” ନେଇ ସମସ୍ୟା ହୋଇଛି,ସେମାନଙ୍କୁ ପଦକ୍ଷେପ ଯଥେଷ୍ଟ ପୂର୍ବରୁ ଉଠାଇବାର ଥିଲା।ଯେଉଁ ମହିଳା ମାନଙ୍କର “ମି ଠୁ” ନେଇ ସମସ୍ୟା ହୋଇଛି,ସେମାନଙ୍କ ସହ ବହୁତ ଭୁଲ ହେଇଛି।କିନ୍ତୁ ସେହିମାନେ ଏହିପରି ମହିଳା ଯେଉଁମାନେ ଶିକ୍ଷିତା ଏବଂ ଭଲ ସମାଜ ସହ ଜଡ଼ିତ।ତେଣୁ ଏମାନେ ଯଦି ଏବେ ଏହି ସମସ୍ୟା ଉଠାଇ ପାରୁଛନ୍ତି,ତେବେ ଏତେ ବିଳମ୍ବ କାହିଁକି?ଯଦି ଏହି ପଦକ୍ଷେପ ପୂର୍ବରୁ ନେଇ ଥାଆନ୍ତେ,ତେବେ ଭଲ ହୋଇ ଥାଆନ୍ତା।

ଏହା ସହ ରହାତକର କହିଥିଲେ ଯେ ସିଷ୍ଟମ ପୂର୍ବରୁ ଥିଲା ଏବେ ବି ଅଛି।ଯଦି କାହାକୁ ସମସ୍ୟା ପୂର୍ବରୁ ହୋଇଛି,ତେବେ ଔଷଧ ଏବେ କାହିଁକି ନେଉଛନ୍ତି?ଏହା ସହ ରାହତକର କହିଥିଲେ ଯେ ଅବଶ୍ୟ ନିଜ ବିଚାର ରଖିବା ପାଇଁ ପ୍ରତ୍ୟକ ପୁରୁଷ ଏବଂ ମହିଳା ସ୍ୱତନ୍ତ୍ର ଅଟନ୍ତି।

ତେବେ ଏ ବାବଦରେ ଆଉ ଦୁଇ ପାଦ ଆଗକୁ ଯାଇ ମନ୍ତବ୍ୟ ରଖିଛନ୍ତି ମଧ୍ୟ ପ୍ରଦେଶ ମହିଳା ମୋର୍ଚ୍ଚା ପ୍ରଦେଶ ଅଧ୍ୟକ୍ଷା ଲତା କେଲକର।କେଲକର କହିଛନ୍ତି ଯେଉଁ ମହିଳା ସାମ୍ବାଦିକା ଆରୋପ ଲଗାଇଛନ୍ତି,ସେ ଏତେ ମାସୁମ ନୁହଁନ୍ତି ଯେ,କେହି ସେମାନଙ୍କର ଫାଇଦା ଉଠାଇ ପାରିବ।ଅବଶ୍ୟ “ମି ଠୁ” ଅଭିଯାନକୁ ସମର୍ଥନ ଜଣାଇ କେଲକର କହିଛନ୍ତି ଯେ ଏହା ମହିଳାଙ୍କୁ ସାହସ ଯୋଗାଇବ ଏବଂ ଏହା ଦ୍ୱାରା ମହିଳା ମାନେ ଉତ୍ପୀଡ଼ିନ ବିରୋଧରେ ସ୍ୱର ଉତ୍ତୋଳନ କରି ପାରୁଛନ୍ତି।/ଦେବଦତ୍ତ