Odiapua.com

ମିଶନ ଶକ୍ତି ସଚେତନତା କର୍ମଶାଳା

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ କୁଲଣା ବାସୁଳେଇ ପଡିଆରେ ମଙ୍ଗଳବାର ମିଶନଶକ୍ତି ସଚେତନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଡିଓ ଦେବଦତ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମହିଳା ଓ ଶିଶୁବିକାଶ ଏବଂ ମିଶନଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ରମ ମୁଖ୍ୟଅତିଥି ଭାବେ ଯୋଗଦେଇ ମିଶନଶକ୍ତିର ଅଭିମୁଖ୍ୟ, କାର୍ଯ୍ୟକାରିତା ଓ ଉପଯୋଗୀତା ସମ୍ପର୍କରେ ଦିଗ୍‌ଦର୍ଶନ ଦେବା ସହ ସଫଳ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଭାବେ ଦକ୍ଷିଣବାଡ ପଞ୍ଚାୟତ ବଣସାହିର ପଲ୍ଲୀସ୍ମୃତି ଏସ.ଏସ.ଜି., ଜଳହରୀର ମା’ତାରେଣୀ ଏସ.ଏସ.ଜି., ରଣଜିତ ପଞ୍ଚାୟତର ବାଞ୍ଛାନିଧି ଏସ.ଏସ.ଜି., ବାଲିପୋଖରୀ ପଞ୍ଚାୟତ ବୁଢୀ ଜାଗୁଳାଇ ଏସ.ଏସ.ଜି.ଙ୍କୁ ୫ଲକ୍ଷ ଟଙ୍କାର ଋଣ ଚେକ ପ୍ରଦାନ କରିଥିଲେ। ଏହି କର୍ମଶାଳାରେ ବିଧାୟକ ପ୍ରଫୁଲ୍ଲ ସାମଲ, ସାଂସଦ ମଞ୍ଜୁଲତା ମଣ୍ଡଳ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା, ସିଡିପିଓ ନିର୍ଝରିଣୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମିଶନଶକ୍ତି ଯୋଜନାରେ ଉତ୍ତମ ସେବା ଯେଗାଇଥିବା ସମବାୟ ବ୍ୟାଙ୍କ ଶାଖା ପରିଚାଳକ ବିଚିତ୍ର କୁମାର ସାହୁ, ଓଡିଶା ଗ୍ରାମ୍ୟବ୍ୟାଙ୍କ ସ୍ଥାନୀୟ ଶାଖା ପରିଚାଳିକା ସାଗରିକା ଦାଶ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଡିପିଓ ସଞ୍ଜୟ କୁମାର ବାରିକ ସ୍ୱାଗତ ଭାଷଣ, ମିଶନଶକ୍ତି ଜିଲ୍ଲା ସଂଯୋଜକ ସୀତାଂଶୁ ଶେଖର ସାହୁ ଅତିଥି ପରିଚୟ ଓ ବ୍ଲକ ସଂଯୋଜକ ସୁବ୍ରତ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ। ବିଏଲସି ବନିତା ଦଳେଇ, ସୀମାରାଣୀ ପଣ୍ଡା, କାଞ୍ଚନବାଳା ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।