Odiapua.com

ମିଶନ ଶକ୍ତି ମିହଳାଙ୍କ ଓରମାସ୍ କର୍ମଶାଳା

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ସମଗ୍ର ବ୍ଲକରେ ବିଭିନ୍ନ ଗ୍ରାମରୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀମାନଙ୍କୁ ନେଇ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରଦର୍ଶନୀରେ ଭାଗ ନେବା ନିମିତ୍ତ ଏକଦିବସୀୟ କର୍ମଶାଳାର ଆୟୋଜନ କରାଯାଇଥିଲା । ଜିଲ୍ଲାପରିଷଦର ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ଦତ୍ତ ଉକ୍ତ କର୍ମଶାଳାକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଅନ୍ୟ ପଦାଧିକାରୀ ମାନଙ୍କ ମଧ୍ୟରେ ହସ୍ତତନ୍ତ, ହସ୍ତଶିଳ୍ପ ଅଧିକାରୀ, ଓଡ଼ିଶା ଜୀବିକା ମିଶନ୍‌, ମିଶନ ଶକ୍ତିର ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଉକ୍ତ କର୍ମଶାଳାରେ ଉପସ୍ଥିତ ସମସ୍ତ ସ୍ୱୟଂ ସହାୟକ ଓ ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନେ କିପରି ସୁବ୍ୟବସ୍ଥିତ ଏବଂ ଉତ୍ତମମାନର ଦ୍ରବ୍ୟ ମେଳାରେ ବିକ୍ରି କରିବେ ସେ ବିଷୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଶେଷ ପ୍ରାଧାନ୍ୟ ଦେବାପାଇଁ ସମସ୍ତଙ୍କୁ କହିଥିଲେ । ଉତ୍ତମ ପ୍ୟାକେଜିଂ ବିକ୍ରିର କିପରି ଏକ ମାଧ୍ୟମ ହୋଇପାରିବ ସେଥିପାଇଁ ଯତ୍ନବାନ ହେବାକୁ ମଧ୍ୟ କହିଥିଲେ ।

ଜିଲ୍ଲା ହସ୍ତଶିଳ୍ପ ଅଧିକାରୀ ସରକାରୀ ସ୍ତରରେ ହସ୍ତଶିଳ୍ପକୁ ଉନ୍ନତମାନର କରିବା ନିମିତ୍ତ ସମସ୍ତ ସରକାରୀ ସାହାଯ୍ୟ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଫୁଡ଼୍ ଲାଇସେନ୍ସ, ବାରକୋଡ଼ିଙ୍ଗ୍‌, ପେକେଜିଙ୍ଗ୍‌, ବାଇଣ୍ଡିଂ କିପରି ଉନ୍ନତମାନର ହେବ ସେଥିପାଇଁ ବିଶେଷ କର୍ମଶାଳା ଆଗାମୀ ଦିନରେ ଆୟୋଜନ କରାହେବ । ଉକ୍ତ କର୍ମଶାଳାରେ ଉତ୍ପାଦକ ଗୋଷ୍ଠୀ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଉତ୍ପାଦିତ ସମସ୍ତ ଦ୍ରବ୍ୟ ଗୁଡ଼ିକ ପ୍ରଦର୍ଶନ କରାଯାଇଥିଲା । ଏହାକୁ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ପରିଦର୍ଶନ କରିବା ସହ ଏହାର ଗୁଣବତ୍ତାକୁ ଉନ୍ନତମାନର କରାଯିବ ସେଥିପାଇଁ ଉତ୍ପାଦକ ଗୋଷ୍ଠୀ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଉପଦେଶ ଦେଇଥିଲେ । ୨୦୨୩-୨୪ରେ ବିଭିନ୍ନ ଜିଲ୍ଲା ଓ ଅନ୍ୟ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ମେଳାରେ ଅଂଶଗ୍ରହଣ କରିବା ନିମିତ୍ତ ଲଟେରି ମାଧ୍ୟମରେ ଗ୍ରୁପ୍ ଚୟନ କରାଗଲା । ଆଗାମୀ ବର୍ଷରେ କିପରି ଅଧିକରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ମେଳାରେ ଅଂଶ ଗ୍ରହଣ କରିବେ ସେଥିପାଇଁ ସମସ୍ତ ପ୍ରଚେଷ୍ଟା କରାଯିବ ବୋଲି ସ୍ଥିରୀକୃତ ହେଲା । ଏକ ପାୱାର ପଏଣ୍ଟ ପ୍ରେଜେନଟେସନ୍ ମାଧ୍ୟମରେ ପ୍ରଦର୍ଶନୀର ସବିଶେଷ ସୂଚନା ସମସ୍ତ ଅଂଶ ଗ୍ରହଣକାରୀ ଗ୍ରୁପମାନଙ୍କୁ ଦିଆଯାଇଥିଲା । ସର୍ବଶେଷରେ ଓରମାସରେ ପ୍ରୋଜେକ୍ଟ ଏକଜ୍ୟୁକୁଟର ଭାଗ୍ୟଲକ୍ଷ୍ମୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଦିେନେଶ କୁମାର ନାଏକ, ମଳୟ ପଣ୍ଡା ଓ ବ୍ଲକର ସମସ୍ତ ଜୀବୀକା ସଂଯୋଜିକାମାନେ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ ।