Odiapua.com

ମିଶନ ଶକ୍ତି ଆଡ୍‌ଭାଇଜର ଲୋପାମୁଦ୍ରା ବକ୍ସିପାତ୍ରଙ୍କ ଭଦ୍ରକ ଜିଲ୍ଲାଗସ୍ତ

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ମିଶନ ଶକ୍ତି ଯୋଜନାରେ ବିଭିନ୍ନ ପ୍ରକଳ୍ପ ଓ ଅନ୍ୟାନ୍ୟ କାର୍ଯ୍ୟକାରୀତା ନେଇ କ୍ଷେତ୍ର ପରିଦର୍ଶନ ସହ ସଂପୃକ୍ତ ଅଧିକାରୀମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦାନ କାର୍ଯ୍ୟକ୍ରମ ନେଇ ଆଜି ମିଶନ୍ ଶକ୍ତି ଆଡ୍‌ଭାଇଜର୍ ଲୋପାମୁଦ୍ରା ବକ୍ସିପାତ୍ର ଭଦ୍ରକ ଜିଲ୍ଲା ଗ୍ରସ୍ତ କରିଥିଲେ। ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନଣରେ ଭଣ୍ଡାରିପୋଖରୀ ବ୍ଲକ୍ ସଦରମହକୁମାରେ ପହଞ୍ôଚ ବ୍ଲକ୍ ମିଶନ୍‌ଶକ୍ତି ଭବନ ପରିଦର୍ଶନ କରିଥିଲେ। ପରେ ପରେ ପାଟୁଳିର ଜୟ ଜଗନ୍ନାଥ ମସ୍‌ରୁମ୍ କ୍ଲଷ୍ଟର୍ ପରିଦର୍ଶନ କରି ବନ୍ତ ବ୍ଲକ୍‌କୁ ଯାଇ କାଦବରାଙ୍ଗ ମହାଲକ୍ଷ୍ମୀ ଡାଲି ଉତ୍ପାଦକ ଗୋଷ୍ଠିଙ୍କ ପ୍ରକଳ୍ପ ପରିଦର୍ଶନ କରି ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ୍ ସଦସ୍ୟମାନଙ୍କ ସହିତ ସେମାନଙ୍କୁ ପ୍ରଦତ୍ତ ଅବ୍ୟବହୃତ ସ୍କୁଲ ଓ ଆସବାବ୍ ପତ୍ର ବାବଦରେ ପଚାରି ବୁଝିଥିଲେ। ବଡ଼ ବର୍ଚ୍ଚିକୟାଁ ଠାରେ ସ୍ୱୟଂ ସହାୟିକା ମହିଳା ଦଳ ଦ୍ୱାରା କରାଯାଇଥିବା ସମନ୍ୱିତ କୃଷି ପରିଦର୍ଶନ କରିଥିଲେ।

ଭଦ୍ରକ ବ୍ଲକ୍‌ର ଗେଲପୁରରେ ଥିବା ଓମ୍ ଶ୍ରୀ ରାଧାକାନ୍ତ ପେପର୍ ପ୍ଲେଟ୍ ଉତ୍ପାଦିକା ଗୋଷ୍ଠୀଙ୍କ ପ୍ରକଳ୍ପ ସହିତ ଭଦ୍ରକ ଆହାର କେନ୍ଦ୍ର ଏବଂ ୧ ନମ୍ବର ୱାର୍ଡ଼ ମୁକ୍ତା ଯୋଜନାର ନିର୍ମିତ ପାର୍କ ବୁଲି ଦେଖିଥିଲେ। କ୍ଷେତ୍ର ପରିଦର୍ଶନ ପରେ ମିଶନ୍‌ଶକ୍ତି ଯୋଜନାରେ କାର୍ଯ୍ୟଧାରା ନେଇ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରିଥିଲେ। ସି.ଡି.ଓ. ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଡ. ପାତ୍ରଙ୍କ ସହିତ ଓ.ଏଲ୍‌.ଏମ୍‌.ର ଡି.ପି.ଏମ୍‌. ସଞ୍ଜୟ କୁମାର ବାରିକ୍‌, ମିଶନ ଶକ୍ତିର ଆଇ.ବି.ଆଣ୍ଡ.ସି.ବି.ର ସେସ୍ପାଲିଷ୍ଟ ସୌମ୍ୟ ରଞ୍ଜନ ସ୍ୱାଇଁ, ଡି.ପି.ସି. ମିଶନଶକ୍ତି ସୀତାଂଶୁ ଶେଖର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଡ. ପାତ୍ର ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ପାଇଁ ବ୍ୟାଙ୍କ ସଂଯୋଗୀକରଣ, ମିଶନ ଶକ୍ତି ଗୃହ, ଅନ୍ୟାନ୍ୟ ବିଭାଗ ସହିତ କନଭର୍‌ଜେନ୍‌ସି ଯୋଜନାରେ କାର୍ଯ୍ୟକାରୀତା ଆଦି ସମ୍ବନ୍ଧରେ ସମୀକ୍ଷା କରିଥିଲେ। ୩ ମାସ ମଧ୍ୟରେ ମିଶନ୍ ଶକ୍ତି ବଜାର ଏବଂ କାଫେ ସୃଷ୍ଟି ପାଇଁ ପରାମର୍ଶ ପ୍ରଦାନ କରିବା ସହିତ ସ୍ୱୟଂ ସହାୟିକାମାନଙ୍କ ଦ୍ୱାରା ଉତ୍ପାଦର ପ୍ୟାକେଜିଂ, ବ୍ରାଣ୍ଡିଂ, ମାର୍କେଟିଂ ଉପରେ ଗୁରୁତ୍ୱାରୋପ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଜିଲ୍ଲାର ସମସ୍ତ ବି.ଡି.ଓ., ସି.ପି.ପି.ଓ., ପୌର ପରିଷଦର ନିର୍ବାହୀ ଅଧିକାରୀ, ମିଶନ୍ ଶକ୍ତିର ବ୍ଲକ୍ ପ୍ରକଳ୍ପ ସଂଯୋଜକ, ବ୍ଲକ୍ ପ୍ରକଳ୍ପ ପରିଚାଳକ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।