Odiapua.com

ମିଳୁନୀ ରାସନ୍ କାର୍ଡ…ଯୋଗାଣ ଅଧିକାରୀ ଙ୍କ ଅଫିସ୍ ଆଗରେ ଧାରଣା

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୦୯-  ସରକାର କାହାକୁ ଖାଦ୍ୟ ବିନା ମରିବାକୁ ଦିଆଯିବ ନାହିଁ ବୋଲି ଖାଦ୍ୟ ସୁରକ୍ଷା ଆଇନ୍ ପ୍ରଣୟନ କରିଛନ୍ତି । କିନ୍ତୁ ପ୍ରଶାସନିକ ଅଣଦେଖା ଯୋଗୁଁ ରାସନ୍ କାର୍ଡ ପାଇବା ଯୋଗ୍ୟ ବ୍ୟକ୍ତି ମାନେ ଖାଦ୍ୟ ସୁରକ୍ଷା ରୁ ବଂଚିତ ହେଉଛନ୍ତି । ସେଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ର ୧୫ ଗୋଟି ୱାର୍ଡ ରେ । ୧୫ ଗୋଟି ୱାର୍ଡ ର ୩୦୦ ରୁ ଉର୍ଦ୍ଧ ପରିବାର ବର୍ଷ ବର୍ଷ ଧରି ରଣପୁର ବିଜ୍ଞାପିତ ଅଂଚଳ ପରିଷର ରେ ରାସନ୍ କାର୍ଡ ପାଇଁ ଆବେଦନ କରିଥିଲେ ।  ବର୍ଷେ ପରେ ବିଜ୍ଞାପିତ ଅଂଚଳ ପରିଷଦ ସେ ସବୁ ଆବେଦନ କୁ ତଦନ୍ତ କରି ରଣପୁର ବ୍ଲକ ଯୋଗାଣ ବିଭାଗ କୁ ପଠାଇ ଦେଇଥିଲେ । ଯୋଗାଣ ବିଭାଗ ଅଧିକାରୀ ଙ୍କ ନିକଟକୁ ବାରମ୍ବାର ଆବେଦନ କାରୀ ମାନେ ଦଉଡି ଦଉଡି ହତାସ ହୋଇ ପଡିଥିଲେ ।  ରଣପୁର  ନବ ନିର୍ମାଣ କୃଷକ ସଂଗଠନ ର ସଭାପତି ଅଜୟ କୁମାର ମହାନ୍ତି , ରଣପୁର ଦଳିତ ଆଦିବାସୀ ସଂଘ ର ସଭାପତି ତନୁଲତା ଭୋଇ ଙ୍କ ନେତୃତ୍ୱ ରେ ଶତାଧିକ ମହିଳା ପୁରୁଷ ରଣପୁର ଯୋଗାଣ ବିଭାଗ ଅଧିକାରୀ ଙ୍କ କାର୍ଯ୍ୟାଳୟ ଆଗରେ ସେପ୍ଟେମ୍ବର ୨୪ ତାରିକ ଦିବା ୧୦ ଘଣ୍ଟି କା ସମୟରେୁ ଧାରଣା ଦେଇଥିଲେ ।

ଯୋଗାଣ ବିଭାଗ ଅଧିକାରୀ ଚନ୍ଦ୍ର ଶେଖର ନାହାକ ଅଫିସ କାର୍ଯ୍ୟ ବାହାନା ଦେଖାଇ ବାହାର କୁ ଚାଲି ଯାଇଥିଲେ । ଫଳ ରେ ଧାରଣାକାରୀ ଙ୍କ ମଧ୍ୟ ରେ ଉତ୍ତେଜନା ଦେଖାଦେଇଥିଲା । ଏହି ଧାରଣା ରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯୁବ ଶାଖା ସଭାପତି ସତ୍ୟ ବ୍ରତ ନାୟକ , ପୁର୍ବତନ କାଉନ୍‌ସିଲର  ତଥା ରଣପୁର ଓକିଲ ସଂଘର ସମ୍ପାଦକ ସତ୍ୟରଞ୍ଜନ ମତା , ଜିଲ୍ଲା ଯୁବ କଂଗେସ ସଭାପତି ମିର୍ ଆବୁ ବକର ସିଦ୍ଧିକ୍ ଯୋଗ ଦେଇ ଧାରଣକାରୀ ଙ୍କୁ ଉଦ୍‌ବୋଧନ ଦେଇଥିଲେ । ଶେଷରେ ଧାରଣା କାରୀ ମାନେ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଋତୁପଣ୍ଣା ମହାପାତ୍ର ଙ୍କ ଜରିଆରେ ନୟାଗଡ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଏକ ମେମୋରାଣ୍ଡମ ଦେଇଥିବା ଜଣାପଡିଛି । ପରେ ପରେ ଧାରଣା କାରୀ ମାନେ ଏକ ଶୋଭା ଯାତ୍ରା ରେ ବାହାରି ରଣପୁର ତତହସିଲ କାର୍ଯ୍ୟାାଳୟ କୁ ଧାଇଥିଲେ  ଘର ଡିହ  ପାଇବାକୁ ଯୋଗ୍ୟ ଭୂମିହୀନ ହିତାଧିକାରି ମାନଙ୍କ ଯୋଗ୍ୟ ପ୍ରମାଣ ପତ୍ର ମିଳିଥିଲେ ମଧ୍ୟ ପଟ୍ଟା ପ୍ରଦାନ ରେ ବିଳମ୍‌ବ ଯୋଗୁଁ ଏକ ମେମୋରାଣ୍ଡମ ପ୍ରଦାନ କରିଥିଲେ । ତୁରନ୍ତ ରାସନ୍ କାର୍ଡ ଓ ଭୂମିହୀନ ଙ୍କୁ ଘରଡିହ ପଟ୍ଟା ପ୍ରଦାନ କରା ନଗଲେ ଆନ୍ଦୋଳନ କୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିବା ଜଣାପଡିଛି ।