Odiapua.com

ମିଳୁନି ସରକାରୀ ଏ.ଆର.ଟି.ଓ ଡଟସ ଔଷଧ: ଯକ୍ଷ୍ମା ଅକ୍ରାନ୍ତଙ୍କ ଔଷଧ ନ ପାଇ ଚାଲିଗଲା ଜୀବନ

ବଲାଙ୍ଗୀର ୨୪-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ସଇଁତଲା ଥାନା ଅନ୍ତର୍ଗତ ଫପସି ଗ୍ରାମର ମକରଧ୍ୱଜ ବେହେରା ନାମକ ଜଣେ ୫୨ ବର୍ଷୀୟ ବ୍ୟକ୍ତିର ସରକାରୀ ଟି.ବି ଔଷଧ ବା ଡ଼ଟସ ପାଇ ନ ପାରି ଶୋଚନୀୟ ମୃତ୍ୟୁର ଶିକାର ହୋଇଛନ୍ତି। ଉକ୍ତ ମୃତ ମକରଧ୍ୱଜ ଯକ୍ଷ୍ମା ଅକ୍ରାନ୍ତ ଜାଣି ନିୟମିତ ଔଷଧ ସେବନ କରୁଥିବା ବେଳେ ଓ ସେ ସୁସ୍ଥ ହୋଇଆସୁଥିବା ବେଳେ ଗତ ଏକ ମାସ ହେଲା ଉକ୍ତ ଡଟସ ଔଷଧ ପାଇ ନ ପାରି ଅଧିକ ଗୁରୁତର ହୋଇ ପଡ଼ିଥିଲେ। ଶେଷରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଆବେଦନ କରିଛନ୍ତି। ଏ ନେଇ ସ୍ଥାନୀୟ ଡାକ୍ତରଖାନାରେ ତୀବ୍ର ଉତେଜନା ପ୍ରକାଶ ପାଇଛି। ପ୍ରକାଶ ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ କେହି ଜଣେ ବି ଏହି ଯକ୍ଷ୍ମା ବା ଟି ବି ରେ ମୃତ୍ୟୁ ର ଶିକାର ନ ହେବା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପ୍ରଚାର ପ୍ରସାର କରୁଥିବା ଓ ବ୍ୟାପକ ଅର୍ଥ ବ୍ୟୟ ବରାଦ କରିବା ସତ୍ୱେ ସେ ସବୁ କେତେ ଫଳ ପ୍ରଦ ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି। ସେହିପରି ଏହି ଦାଦନ ପ୍ରବଣ ଜିଲ୍ଲାରେ ଏହି ଯକ୍ଷ୍ମା ରୋଗର ଚିକିତ୍ସା ସହ ଏଚ.ଆଇ.ଭି ଅକ୍ରାନ୍ତ ଙ୍କୁ ମାଗଣାରେ ସମସ୍ତ ସରକାରୀ ଚିକିତ୍ସା ସେବା ଯୋଗାଇ ଦେବା କୁହାଯାଉଥିବା ବେଳେ ଅନେକ ଅକ୍ରାନ୍ତ ଅକାଳ ମୃତ୍ୟୁର ଶିକାର ହେବା ରୁଟିନ ହୋଇ ପଡିଛି। ବିଶେଷ କରି ଏଚ ଆଇ ଭି ଆକ୍ରାନ୍ତ ଙ୍କୁ ଏହି ଯକ୍ଷ୍ମା ଭୂତାଣୁ ସହଜରେ ପ୍ରବେଶ କରିଥାଏ ଓ ନା ନା ପ୍ରକାର ଲକ୍ଷଣ ଦେଖାଯାଏ। ଏଣୁ ଏହି ଯକ୍ଷ୍ମା ଓ ଏଚ ଆଇ ଭି ଅକ୍ରାନ୍ତ ଙ୍କୁ ଉଭୟ ପରୀକ୍ଷା ପାଇଁ ଡାକ୍ତର ପରାମର୍ଶ ଦେଇ ତୁରନ୍ତ ଆବଶ୍ୟକ ଔଷଧ ମାଗଣାରେ ରୋଗୀ ଙ୍କ ନିକଟ କୁ ସ୍ୱାସ୍ଥ୍ୟ କର୍ମୀ ଭୁତାଣୁ ଚିହ୍ନଟ ହେବ ମାତ୍ରେ ଯାଇ ନିୟମିତ ଭାବେ ଔଷଧ ସେବନ କରାଇ ଥାନ୍ତି। ହେଲେ ଦୁଃଖ ଓ ପରିତାପର ବିଷୟ ଯେ ଏହି ଜିଲ୍ଲା ରେ ଏହି ଯକ୍ଷ୍ମା ଓ ଏଚ ଆଇ ବି ଅକ୍ରାନ୍ତ ଙ୍କ ପାଇଁ ଏ ଆର ଟି ଓ ଡ଼ଟସ ଔଷଧ ନାହିଁ। ପ୍ରାୟ ଚାରି ମାସ ହେଲା ଜିଲ୍ଲାକୁ କମ ପରିମାଣ ରେ ଔଷଧ ଆସିବା ଓ ସରି ଯାଉଥିବା କୁହାଯାଏ, ଏପରିକି ଅତ୍ୟନ୍ତ ଗୁରୁତର ଅକ୍ରାନ୍ତ କୁ ଏ ଆର ଟି ମାସକୁ ୩୦ ଟା ବଦଳରେ ଚାରୋଟି ପାଞ୍ଚୋଟି ଦେଇ ପରେ ଔଷଧ ଆସିଲେ ଦେବୁ କହୁଥିବା ତଥା ଚଲା, ବୁଲା କରିପାରୁଥିବା ଅକ୍ରାନ୍ତ କୁ ଅପେକ୍ଷା କର କହି ଫେରାଇବା ପରି ଗୁରୁତର ଅଭିଯୋଗ ହୋଇଛି। ଠିକ ସେହିପରି ଯକ୍ଷ୍ମା ଅକ୍ରାନ୍ତ ଙ୍କୁ ଔଷଧ ସେବନ କରୁଥିବା ବେଳେ ମଧ୍ୟ ଔଷଧ ଅଭାବରୁ ଭଗବାନ ଭରସା ରେ ଛାଡିଦିଆଯାଉଛି। ଫଳରେ ଅକାଳ ରେ ମୃତ୍ୟୁ ବରଣ କରିବା ସାର ହେଉଛି। ବିଗତ ଦିନରେ ଏହି ପରି ଟିଟିଲାଗଡ଼ ର ପୁନି ବାଗ(ଛଦ୍ମ ନାମ) ନାମ୍ନୀ ଜଣେ ୩୫ ବର୍ଷୀୟା ମହିଳାଙ୍କ ଏଆର ଟି ସଠିକ ସମୟରେ ନ ମିଳି ମୃତ୍ୟୁ ର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଏବେ ଅକ୍ରାନ୍ତ ଭାଗ୍ୟ କୁ ଆଦରି ନିରୁପାୟ ଥିବା ବେଳେ ପ୍ରଶାସନ ତରଫରୁ ଓଡ଼ିଶାର କୌଣସି ସ୍ଥାନରେ ଔଷଧ ନାହିଁ ଅସିଲେ ନିଶ୍ଚିତ ଭାବେ ଯୋଗାଈ ଦିଆଯିବ ବୋଲି ଅସହାୟତା ପ୍ରକାଶ କରିଛନ୍ତି।ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି। ଯଦି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟି ନ ଦେବେ ପରିସ୍ଥିତି ଜଟିଳ ହୋଇଯିବ ଏଥିରେ ସନ୍ଦେହ ନାହିଁ।