Odiapua.com

ମିଳିଲା ସିସିଡି ମାଲିକଙ୍କ ମୃତ ଦେହ

ବେଙ୍ଗାଲୁରୁ, ୩୧/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆଜି ସକାଳୁ ନେତ୍ରାବତୀ ନଦୀ କୂଳରୁ ‘କାଫେ କଫି ଡେ’ ତଥା ସିସିଡି ମାଲିକ ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ଆଜି ବେଙ୍ଗାଲୁରୁ ପୋଲିସ କମିଶନର ସନ୍ଦୀପ ପାଟିଲ ଏହି ସୂଚନା ଦେଇଛିନ୍ତି।

ତେବେ ଭିଜି ସିଦ୍ଧାର୍ଥ ସୋମବାର ସନ୍ଧ୍ୟା ପରଠୁ ନିଖୋଜ ଥିଲେ। ନିଖୋଜ ହେବାର ଦୀର୍ଘ ୩୨ ଘଣ୍ଟା ପରେ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ନଦୀର ହୋଇଗା ବଜାର ନିକଟ କୂଳରୁ ଉଦ୍ଧାର କରାଯାଇଛି। କର୍ଣ୍ଣାଟକର ମେଙ୍ଗାଲୁରୁ ନିକଟ ନେତ୍ରାବତୀ ନଦୀରେ ନିଖୋଜ ହେବା ପରେ ଭିଜି ସିଦ୍ଧାର୍ଥଙ୍କୁ ପ୍ରାୟ ୨୦୦ ଜଣ ଖୋଜୁଥିଲେ। ଏଥିରେ ପୋଲିସ, ମତ୍ସଜୀବୀ ଓ ଅନ୍ୟ ଉଦ୍ଧାରକାରୀ ଟିମ ସାମିଲ ଥିଲେ।