Odiapua.com

ମିଳିତ ଜାତିସଂଘରେ ପାକିସ୍ଥାନକୁ ମିଳିଲା କଡା ଜବାବ

ନୂଆଦିଲ୍ଲୀ, ୨୮/୦୯, (ଓଡ଼ିଆ ପୁଅ ପି ନାଏକ): ମିଳିତ ଜାତିସଂଘରେ ଭାରତ ପାକିସ୍ତାନକୁ କଡା ଜବାବ୍‌ ଦେଇଛି। ଅନ୍ୟ ଅର୍ଥରେ କହିବାକୁ ଗଲେ ଆଜି ଜାତିସଙ୍ଘରେ ଭାରତ ଇମ୍ରାନଙ୍କୁ ସମ୍ପୂର୍ଣ୍ଣ ଭାବେ ବେଜିତ୍‌ କରିଛି। ଶୁକ୍ରବାର ଦିନ ଇମ୍ରାନ ଖାନ୍‌ ଜାତିସଙ୍ଘରେ ଭାରତ 370 ଧାରା ଉଚ୍ଛେଦ ନେଇ ବର୍ଷିଥିଲେ। ପାକ୍‌ କହିଥିଲା ଯେ, କଶ୍ମୀର ଜନତା ଉପରେ ଭାରତ ଅତ୍ୟାଚାର କରୁଛି ଏଥିସହିତ ବହୁ ପ୍ରକାର ମିଥ୍ୟା ଗପରେ ମିଳିତ ଜାତିସଙ୍ଘ ମଞ୍ଚକୁ ପ୍ରଲୋଭିତ କରିଥିଲା ପାକ୍‌।

ଯାହାର ଆଜି ଭାରତ କଡା ଜବାବ୍‌ ଦେଇଛି। ମିଳିତ ଜାତିସଂଘରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ପ୍ରଥମ ସଚିବ ବିଦିଶା ମୈତ୍ରା କହିଛନ୍ତି ଯେ, ମିଳିତ ଜାତିସଙ୍ଘ ମଞ୍ଚରେ ଇମ୍ରାନ ଡାହା ମିଛ କହୁଛିନ୍ତି ସେ ଭୁଲ ତଥ୍ୟ ଦେଇ ବିଶ୍ୱକୁ ବିଭ୍ରାନ୍ତ କରୁଛନ୍ତି। ଏହା ସହିତ ପାକିସ୍ତାନରେ କୌଣସି ଆତଙ୍କବାଦୀ ସଂଗଠନ ନାହିଁ ବୋଲି ଜାତିସଂଘରେ ଇମ୍ରାନ ଦେଇଥିବା ବିବୃତିକୁ କାଉଂଟର କରିଛନ୍ତି ବିଦିଶା।