Odiapua.com

ମିଳିତ ଜନ ଶୁଣାଣିରେ ଆଗତ ହେଲା ୬୬ ଟି ଅଭିଯୋଗ

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା କାର୍ଯ୍ୟାଳୟ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଦିନ ବନ୍ତ ବ୍ଲକ୍‌ରେ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍‌.ପି. ଚରଣ ସିଂ ମୀନା ଏହି ଶିବିରରେ ଯୋଗ ଦେଇ ସମୁଦାୟ ୬୬ଟି ଅଭିଯୋଗର ଶୁଣାଣି କରିଥିଲେ। ଭଦ୍ରକ ଜିଲ୍ଲା ପରିଷଦର ସଭାପତି ପ୍ରଫୁଲ୍ଲ କୁମାର ଜେନା ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ବନ୍ତବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ବି.ଡ଼ି.ଓ. ପ୍ରଦୀପ କୁମାର ସେଠୀ, ବ୍ଲକ୍ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ. ଏ.ବି.ଡ଼ି.ଓ ନିଶିକାନ୍ତ ଖୁଣ୍ଟିଆ ଏବଂ ଏ.ଡ଼ି.ଏମ୍‌.ଓ, ଡା. ସନ୍ତୋଷ କୁମାର ପୁଷ୍ଟି ପ୍ରମୁଖ ଏହି ଶିବିରରେ ଯୋଗ ଦେଇଥିଲେ। ସମୁଦାୟ ଆଗତ ଅଭିଯୋଗ ମଧ୍ୟରେ ୪୮ ଟି ବ୍ୟକ୍ତିଗତ ସମସ୍ୟା ଓ ୧୮ ଟି ସାମୂହିକ ସମସ୍ୟା ଭିତ୍ତିକ ଅଭିଯୋଗ ଥିଲା। ଶିବିରରେ ଉପସ୍ଥିତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହ ଆଗତ ଅଭିଯୋଗ ସମ୍ବନ୍ଧରେ ଆଲୋଚନା କରି ଆଶୁ ସମାଧାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ସାମାଜିକ ସୁରକ୍ଷା ଯୋଜନାରେ ବିଭିନ୍ନ ଭତ୍ତା, ଜଳ ସେଚନ, ଗୃହ ନିର୍ମାଣ ସହାୟତା, ଖାଉଟୀ ସାମଗ୍ରୀ ଆଦି ବିଭିନ୍ନ ବିଭାଗୀୟ ଯୋଜନା ଓ କାର୍ଯ୍ୟାନ୍ୱୟନ ସମସ୍ୟା ନେଇ ଅଭିଯୋଗ ମାନ ଆସିଥିଲା। ସହାୟକ ଜିଲ୍ଲାପାଳ ବସନ୍ତ କୁମାର ଲେଙ୍କା ଅଭିଯୋଗ ଉପସ୍ଥାପନରେ ସହଯୋଗ କରିଥିଲେ।