ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)-ଭଦ୍ରକ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ, ଭଦ୍ରକ ତରଫରୁ ୩ ଗୋଟି ଲାପଟପ ଓ ୫ ଯୋଡି ଦମ୍ପତିଙ୍କୁ ୨ ଲକ୍ଷ ୫୦ ହଜାର ଲେଖାଏ ଜିଲ୍ଲାପାଳ, ଦିଲୀପ ରାଉତରାଏ ଙ୍କ ଦ୍ୱାରା ବଂଟନ କରାଯାଇଥିଲା । ଚକ୍ଷୁବାଧିତ ଛାତ୍ରଛାତ୍ରୀ +୩ କିମ୍ବା ତଦୁର୍ଦ୍ଧ ଶିକ୍ଷା ଲାଭ କରୁଥିବା ପ୍ରିୟବ୍ରତ ଦାସ, ପୂଜାରିଣୀ ପଣ୍ଡା ଓ ମମତା ମୁଖୀ ଲାପଟପ ଏବଂ ବିବାହ ପ୍ରତ୍ସାହନ ରାଶି ଅଜୟ କୁମାର ସାହୁ ଓ ନିବେଦିତା ସାହୁ, ସୁମନ୍ତ ସାହୁ ଓ ସସ୍ମିତା ସାହୁ, ପ୍ରକାଶ ଭୋଳ ଓ କବିତା ଦାସ , ଲିପ୍ସାରାଣୀ ଗ୍ରହାଚାର୍ଯ୍ୟ ଓ ଅଭିମନ୍ୟୁ ବାହାଳି, ରାଜେନ୍ଦ୍ର ଜେନା ଓ ଲକ୍ଷ୍ମୀପ୍ରିୟା ଜେନା ୩ ବର୍ଷୀୟା ଫିକ୍ସ ଡିପୋଜିଟ ବଣ୍ଡ ଜିଲ୍ଲାପାଳଙ୍କଠାରୁ ଗ୍ରହଣ କରିଥିଲେ । ଏହି ବଂଟନ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ, ମାଦକର ସନ୍ଦୀପ ସମ୍ପତ, ଅତିରିକ୍ତ ଜିଲ୍ଲାପାଳ, ସରୋଜ କୁମାର ଦତ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁଭେନ୍ଦ୍ର କୁମାର ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଧାଂଶୁ ବଳ, ଡେପୁଟି କଲେକ୍ଟର ତଥା ଭାର ପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, କାୠର୍ିକ ମଣ୍ଡଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ପବିତ୍ର କୁମାର ଦାସ, ଉପଖଣ୍ଡ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁବାଶ ଚନ୍ଦ୍ର ନାୟକ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ଏବଂ କନିଷ୍ଠ କିରାଣୀ, ବିଦୁଶଙ୍କର ନାୟକ ସହଯୋଗ କରିଥିଲେ ।