ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ‘ଚିନ୍ତନ ଶିବିର’ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ଚିନ୍ତନ ଶିବିର ସହଯୋଗ ସଂଘୀୟତନ୍ତ୍ରର ମୁଖ୍ୟ ଉଦାହରଣ
“ସୁଶାସନ ନିମନ୍ତେ ପଞ୍ଚପ୍ରାଣ ଏକ ମାର୍ଗଦର୍ଶିକା”
“ସ୍ମାର୍ଟ ପ୍ରଯୁକ୍ତି ବଳରେ ଆଇନ ଓ ଶୃଙ୍ଖଳା ପଦ୍ଧତିରେ ଉନ୍ନତି ଆସିବ”
“ଆଇନଶୃଙ୍ଖଳା ରକ୍ଷା ଏକ ୨୪ ଘଣ୍ଟିଆ କାର୍ଯ୍ୟ”
“ୟୁଏପିଏ ଭଳି ଆଇନ ଆତଙ୍କବାଦ ବିରୁଦ୍ଧରେ ଶାସକକଳକୁ ଶକ୍ତି ଦେଇଥାଏ”
“ ‘ଗୋଟିଏ ଦେଶ, ଗୋଟିଏ ପୁଲିସ ପୋଷାକ’ ଆଇନ ପୁଲିସକୁ ଏକ ସାଧାରଣ ପରିଚୟ ଦେଇଥାଏ”
“ପ୍ରତ୍ୟେକ ଧରଣର ନକ୍ସଲବାଦ, ସେ ବନ୍ଧକରୁ ଆସୁ ବା କଲମ ମୂନରୁ, ସେଗୁଡ଼ିକର ମୂଳୋତ୍ପାଟନ କରିବାକୁ ହେବ”
“ଦକ୍ଷତା ଯୋଗୁ ପୁଲିସ ଯାନବାହନ କେବେ ପୁରୁଣା ହେବା ଅନୁଚିତ”
ନୂଆ ଦିଲ୍ଲୀ ୨୮-୧୦ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ମାଧ୍ୟମରେ ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ‘ଚିନ୍ତନ ଶିବିର’କୁ ସେମ୍ବାଧିତ କରିଛନ୍ତି।
ସମାବେଶକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ପୂଜା ଋତୁରେ ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଉତ୍ତମ ପ୍ରସ୍ତୁତି ପାଇଁ ଧନ୍ୟବାଦ ଜଣାଇଥିଲେ। ଚିନ୍ତନ ଶିବିର ସହଯୋଗ ସଂଘୀୟତନ୍ତ୍ରର ଏକ ଦୃଷ୍ଟାନ୍ତ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ସମ୍ବିଧାନ ଅନୁସାରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ରାଜ୍ୟ ସରକାରଙ୍କ ଅଧୀନ ହେଲେ ମଧ୍ୟ ସେଗୁଡ଼ିକର ଦେଶର ଏକତା ଓ ସଂହତି ସହିତ ପ୍ରତ୍ୟକ୍ଷ ସମ୍ପର୍କ ରହିଛି।
“ପ୍ରତ୍ୟେକ ରାଜ୍ୟ ଜଣେ ଆଉ ଜଣଙ୍କ ଠାରୁ ଶିଖିବା ଦରକାର। ପ୍ରେରଣା ନେବା ଦରକାର। ଦେଶର ଉନ୍ନତି ପାଇଁ କାମ କରିବା ଦରକାର ଓ ତାହା ହିଁ ସାମ୍ବିଧାନିକ ପ୍ରେରଣା ଓ ଏହା ଆମ ଦେଶବାସୀଙ୍କ ପ୍ରତି ଆମର ଦାୟିତ୍ୱ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଚାଲିଥିବା ଅମୃତ କାଳ ଉପରେ ଆଲୋକପାତ କରି କହିଥିଲେ ଯେ ଗୋଟିଏ ଅମ୍ରିତ ପିଢ଼ି ପଞ୍ଚପ୍ରାଣର ସାରାସତ୍ୱ ନେଇ ନିଶ୍ଚୟ ବାହାରିବ। “ଉତ୍ତମ ପ୍ରଶାସନ ନିମନ୍ତେ ପଞ୍ଚପ୍ରାଣ ଏକ ମାର୍ଗଦର୍ଶନ ନିଶ୍ଚିତ ଭାବେ ହେବ” ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଦେଶର ଶକ୍ତି ବୃଦ୍ଧି ପାଏ, ତା’ହେଲେ ଯାଇ ପ୍ରତ୍ୟେକ ନାଗରିକ ଓ ପରିବାର ପ୍ରୋତ୍ସାହିତ ହୋଇଥାଏ। ସେ କହିଥିଲେ ଯେ, ସୁଶାସନ କାଳରେ ପ୍ରତ୍ୟେକ ରାଜ୍ୟର ଧାଡ଼ିରେ ଠିଆ ହୋଇଥିବା ଶେଷ ମଣିଷ ନିକଟରେ ଏହା ସୁଫଳ ପହଂଚିଥାଏ। ପ୍ରଧାନମନ୍ତ୍ରୀ ରାଜ୍ୟର ଆଇନଶୃଙ୍ଖଳା ଓ ବିକାଶ ମଧ୍ୟରେ ଥିବା ସଂଯୋଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ। “ସମଗ୍ର ଆଇନ ଓ ଶଙ୍ଖଳା ପଦ୍ଧତି ନିର୍ଭରଯୋଗ୍ୟ ହେବା ଗୁରୁତ୍ୱପୂର୍ଣ୍ଣ। ଜନସାଧାରଣଙ୍କ ଏହା ଉପରେ ଆସ୍ଥା ଓ ଧାରଣା ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ” ବୋଲି ସେ କହିଥିଲେ। ସେ ପ୍ରାକୃତିକ ବିପର୍ଯ୍ୟୟ କାଳରେ ଏନଡିଆରଏଫ ଓ ଏସଡିଆରଏପ୍ ପରିଚୟ ବୃଦ୍ଧି ପ୍ରସଙ୍ଗ ଉତଥାପନ କରିଥିଲେ। ସେହିପରି ଅପରାଧ ଘଟିଥିବା ସ୍ଥାନରେ ପୁଲିସ ପହଂଚିବା ହେଉଛି ଘଟଣାସ୍ଥଳକୁ ସରକାରଙ୍କୁ ଆଗମନ ଓ ପୁଲିସର ସୁନାମ କରୋନା କାଳରେ ମଧ୍ୟ ବୃଦ୍ଧି ପାଇଥିଲା ବୋଲି ସେ କହିଥିଲେ। ପୁଲିସ ସହ ଅଙ୍ଗୀକାରବଦ୍ଧତାର କୌଣସି କମ ନାହିଁ ଓ ପୁଲିସ ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବାକୁ ପଡ଼ିବ। ସେମାନଙ୍କୁ ମାର୍ଗଦର୍ଶନ ଦେବା ଆମର ବର୍ତ୍ତମାନର ପଦକ୍ଷେପ ହେବା ଉଚିତ ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅପରାଧ ଆଉ ଏକ ନିର୍ଦ୍ଦିଷ୍ଟ ଅଂଚଳ ମଧ୍ୟରେ ସୀମାବଦ୍ଧ ହୋଇ ରହିନାହିଁ। ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ ଅପରାଧ ମଧ୍ୟ ବୃଦ୍ଧି ପାଉଛି। ସେଥିପାଇଁ ପରସ୍ପର ସହଯୋଗ, ରାଜ୍ୟ ଓ କେନ୍ଦ୍ର ସଂସ୍ଥା ମଧ୍ୟରେ ସମନ୍ୱୟ ଆଜି ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇ ଉଠିଛି। ସେ କହିଥିଲେ ଯେ ଏହା ସାଇବର ଅପରାଧ ହେଉ ବା ଅସ୍ତ୍ରଶସ୍ତ୍ର ଓ ମାଦକ ଦ୍ରବ୍ୟ ଚୋରାଚାଲାଣ ପାଇଁ ଡ୍ରୋନର ଉପଯୋଗ, ଏଭଳି ଆତଙ୍କର ମୁକାବିଲା କରିବା ନିମନ୍ତେ ସରକାରଙ୍କୁ ନୂତନ ପ୍ରଯୁକ୍ତିବିଦ୍ୟାକୁ ଆପଣାଇବା ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ। ଆଇନଶୃଙ୍ଖଳା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ କହିଥିଲେ। ୫-ଜିର ସୁବିଧା ଯୋଗୁ ଆଗୁଆ ସତର୍କତା ମିଳିପାରିବ, ଆର୍ଥିକ ସ୍ଥିତି ସତେତ୍ୱ ସାଧାରଣ ନାଗରିକଙ୍କ ମନରେ ସୁରକ୍ଷାର ଚିନ୍ତା ମଜବୁତ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗକୁ ଅଗ୍ରାଧିକାର ଦେବା ଉପରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଗୃହ ମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ପ୍ରଯୁକ୍ତି ମିଶନ ପ୍ରସଙ୍ଗ ଉତଥାପନ କରି ବିଭିନ୍ନ ରାଜ୍ୟର ପ୍ରଯୁକ୍ତି କ୍ଷେତ୍ରରେ ଏକ ମିଳିତ ମଞ୍ଚରେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ, “ଆମକୁ ସମଗ୍ର ଭାରତୀୟ ଭାବନା ଦେଇ କାର୍ଯ୍ୟ କରିବା ଉଚିତ। ଆମର ସବୁଠାରୁ ଶ୍ରେଷ୍ଠ କାର୍ଯ୍ୟ ଶ୍ରେଣୀରେ ଏକ ସଂଯୋଗ ରଖିବା ଦରକାର” ବୋଲି ସେ କହିଥିଲେ। ସେ ରାଜ୍ୟ ସଂସ୍ଥାଗୁଡ଼ିକୁ ଅପରାଧ ବିଜ୍ଞାନ ସାମର୍ଥ୍ୟ ବୃଦ୍ଧି କରିବା ସହ ଗାନ୍ଧୀ ନଗରସ୍ଥିତ ଜାତୀୟ ଅପରାଧ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସମ୍ପୂର୍ଣ୍ଣ ସହଯୋଗ ଦେବାକୁ ପରାମର୍ଶ ଦେଇଥିଲେ।
ସଂସ୍କାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ ଆଇନ ଶୃଙ୍ଖଳା ପଦ୍ଧତିକୁ ଶକ୍ତିଶାଳୀ କରିବା ପାଇଁ ଅନେକ ସଂସ୍କାର ଅଣାଯାଇଛି ଓ ଏହା ଦେଶରେ ଶାନ୍ତିପୂର୍ଣ୍ଣ ବାତାବରଣ ବଜାୟ ରଖିବା ଦିଗରେ ସାହାହ୍ୟ କରୁଛି। ସେ କହିଥିଲେ ଯେ “ଆଇନଶୃଙ୍ଖଳା ରକ୍ଷା ଏକ ୨୪ ଗୁଣନ ୭ କାର୍ଯ୍ୟ”। ଏଥିରେ ଜଡ଼ିତ ପ୍ରକ୍ରିୟାରେ ନିରନ୍ତତା ଓ ଉନ୍ନତିର ଆବଶ୍ୟକତା ରହିଛି। କମ୍ପାନୀ ଆଇନରେ ଅନେକ ଅପରାଧୀକରଣ ବିଷୟ ବାଦ ଦେବା ଏ ଦିଗରେ ଏକ ପଦକ୍ଷେପ। ସେ ରାଜ୍ୟଗୁଡ଼ିକୁ ମୂଲ୍ୟାୟନ କରି ଅନେକ ଅବ୍ୟବହୃତ ଆଇନ ଓ ନିୟମଗୁଡ଼ିକରୁ ମୁକ୍ତ ହେବାକୁ ନିବେଦନ କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ଆଇନ ଦୁର୍ନୀତି, ଆତଙ୍କବାଦ ଓ ହାଓଲା ଇତ୍ୟାଦିର ମୁକାବିଲା ନେଇ ଖୁବ୍ ସ୍ପଷ୍ଟ। “ଆତଙ୍କବାଦ ବିରୁଦ୍ଧରେ ଏକ ନିର୍ଣ୍ଣାୟକ ସଂଗ୍ରାମ ପାଇଁ ୟୁଏପିଏ ସରକାରୀ ବ୍ୟବସ୍ଥାକୁ ଶକ୍ତି ଦେଇଛି” ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ ଉପସ୍ଥିତି ବ୍ୟକ୍ତି ବିଶେଷଙ୍କୁ ସମଗ୍ର ଦେଶ ପାଇଁ ଗୋଟିଏ ପ୍ରକାର ପୁଲିସ ପୋଷାକ ପ୍ରବର୍ତ୍ତନ ନିମନ୍ତେ କହିଥିଲେ। ଏହା କେବଳ ଗୁଣାତ୍ମକ ସାମଗ୍ରୀ ମାନ ବଜାୟ ରଖିବ ନାହିଁ, ବରଂ ସେମାନଙ୍କୁ ଏକକ ପରିଚୟ ପ୍ରଦାନ କରିବ। ଦେଶର ନାଗରିକମାନେ ଯେକୌଣସି ରାଜ୍ୟ ନିର୍ବିଶେଷରେେ ସେମାନଙ୍କୁ ପୁଲିସର ବୋଲି ଜାଣିବେ। ରାଜ୍ୟଗୁଡ଼ିକ ସେମାନଙ୍କ ନମ୍ବର ଓ ପରଚିପତ୍ର ଚିହ୍ନ ରଖିପାରିବେ। “ ‘ଗୋଟିଏ ଦେଶ, ଗୋଟିଏ ପୁଲିସ ପୋଷାକ’ ମୁଁ କେବଳ ଏହି ଚିନ୍ତାଧାରା ଆପଣଙ୍କ ବିଚାର ପାଇଁ ରଖୁଛି” ବୋଲି ସେ କହିଥିଲେ। ସେହିପରି ସେ ପର୍ଯ୍ୟଟନ ସଂକ୍ରାନ୍ତ ପୁଲିସର ଅବସ୍ଥା ନେଇ ସେମାନଙ୍କ ସାମର୍ଥ୍ୟ ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଥିଲେ। ପର୍ଯ୍ୟଟକଗଣ ଯେକୌଣସି ସ୍ଥାନର ଖାତି ସବୁଠାରୁ ବଡ଼ ଓ ଦ୍ରୁତ ଗତିର ରାଷ୍ଟ୍ରଦୂତ ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ ମଧ୍ୟ ସମ୍ବେଦନଶୀଳତାର ପ୍ରାଧାନ୍ୟ ଉପରେ ଗୁରୁତ୍ୱ ଆରୋପ କରିବା ସହ ବ୍ୟକ୍ତିଗତ ସମ୍ପର୍କ ଆବଶ୍ୟକତା ଉପରେ କହିଥିଲେ। ବିଶେଷ କରି ବରିଷ୍ଠ ନାଗରିକଗଣ ବୈଶ୍ୱିକ ମହାମାରୀ କାଳରେ ପୁଲିସକୁ ଡାକିବା ବିଷୟ ସେ ଉଦାହରଣ ଦେଇଥିଲେ। ପ୍ରଧାନମନ୍ତ୍ରୀ ମାନବୀୟ ମେଧା ସହ ବୈଷୟିକ ମେଧାର ପ୍ରୟୋଗ ନେଇ କହିଥିଲେ। ଭାରତର ପ୍ରତିପତ୍ତି ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ନୂତନ ଆହ୍ୱାନଗୁଡ଼ିକ ନେଇ ସତର୍କ ରଖିବା ଉପରେ ମଧ୍ୟ ସେ ଗୁରୁତ୍ୱ ଆରୋପ କରିଥିଲେ।
ସାମାଜିକ ଗଣମାଧ୍ୟମର ସମ୍ଭାବନାକୁ ଲକ୍ଷ୍ୟ କରି ଶ୍ରୀ ମୋଦୀ କହିଥିଲେ ଯେ ଏହାକୁ କେବଳ ତଥ୍ୟର ଉତ୍ସ ଭାବେ ବିବେଚନା କରିବା ଅନୁଚିତ। ଏକ ମିଛ ଖବର ମଧ୍ୟ ଦେଶରେ ହଇଚଇ ସୃଷ୍ଟି କରି ଦେଇପାରେ। ଅତୀତରେ ମିଥ୍ୟା ଖବର ଯୋଗୁ ଚାକିରି ସଂରକ୍ଷଣ ନେଇ ହୋଇଥିବା ଘଟଣାର ଶ୍ରୀ ମୋଦୀ ସମାଲୋଚନା କରିଥିଲେ। ଜଣେ ଅନ୍ୟଜଣକ ନିକଟକୁ କୌଣସି ଖବର ପଠାଇବା ପୂର୍ବରୁ ତାକୁ ଟିକିନିଖି ବିଶ୍ଲେଷଣ କରି ପଠାଇବା ନେଇ ଜନସାଧାରଣଙ୍କୁ ସଚେତନ କରାଇବା ଉପରେ ଶ୍ରୀ ମୋଦୀ ଗୁରୁତ୍ୱ ଆରୋପ କରିଥିଲେ। “ଆମକୁ ପ୍ରଯୁକ୍ତିଗତ ଜ୍ଞାନ ସାହାଯ୍ୟରେ ମିଛ ଖବର ପ୍ରଚାରିତ ହେବା ରୋକିବାକୁ ହେବ” ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ବେସାମରିକ ପ୍ରତିରକ୍ଷା ଉପରେ ମଧ୍ୟ ଆଲୋକପାତ କରିବା ସହ ନିଅାଁ ଲିଭାଳି ଦଳ ଓ ପୁଲିସ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଡ୍ରିଲମାନ ଆୟୋଜନ କରି ଛାତ୍ରଛାତ୍ରୀଙ୍କୁ ଏ ସମ୍ପର୍କରେ ସଚେତନ କରିବାକୁ ପରାମର୍ଶ ଦେଇଥିଲେ।
ଭୂମିଗତ ଆତଙ୍କବାଦ ସମୂଳେ ନଷ୍ଟ କରିବାର ଆବଶ୍ୟକତା ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ସରକାର ନିଜର ସାମର୍ଥ୍ୟ ଓ ବୁଝିବା ଉପରେ କିଛି କିଛି କରୁଛନ୍ତି। ତେଣୁ ସମସ୍ତେ ଏକାଠି ହୋଇ ପରିସ୍ଥିତିକୁ ସୁଧାରିବାକୁ ହେବ। ସେ କହିଥିଲେ, “ସେ ବନ୍ଧୁକ ହେଉ ବା କଲମ ମୂନ ପ୍ରତ୍ୟେକ ପ୍ରକାର ନକ୍ସଲବାଦର ମୂଳୋତ୍ପାଟନ ଆବଶ୍ୟକ। କାରଣ ସେମାନଙ୍କୁ ଦେଶର ଯୁବ ସମାଜକୁ ଖରାପ ରାସ୍ତାକୁ ନେବାରୁ ରୋକିବାକୁ ପଡ଼ିବ”। ସେମାନେ ନିଜର ମେଧାର ଉପଯୋଗ କରି ଆଗାମୀ ପିଢ଼ିର ମନକୁ କଳୁଷିତ କରୁଥିବା ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଥିଲେ। ଦେଶର ଏକତା ଓ ଅଖଣ୍ଡତା ତଥା ସର୍ଦ୍ଦାର ପଟେଲଙ୍କ ପ୍ରେରଣା ଯୋଗୁ ଆମେ ଏହିଭଳି ଗୋଷ୍ଠୀକୁ କେବେ ମଧ୍ୟ ମୁଣ୍ଡ ଟେକିବାକୁ ଅନୁମତି ଦେବା ନାହିଁ। ଏହି ଗୋଷ୍ଠୀ ଆନ୍ତର୍ଜାତିକ ସାହାଯ୍ୟ ପାଉଛନ୍ତି ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୮ ବର୍ଷ ମଧ୍ୟରେ ଦେଶରେ ନକ୍ସଲ ପ୍ରଭାବିତ ଜିଲ୍ଲାଗୁଡ଼ିକର ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। “ସେ ଜମ୍ମୁ ଓ କଶ୍ମୀର ହେଉ ବା ଉତ୍ତର-ପୂର୍ବାଂଚଳ, ଆମେ ସ୍ଥାୟୀ ଶାନ୍ତି ପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛୁୂ। ଆମେ ଏହି ସବୁ ଅଞ୍ଚଳରେ ଭିତ୍ତିଭୂମି ସହ ଦ୍ରୁତ ଉନ୍ନୟନ ଦିଗରେ ଆଲୋକପାତ କରିବୁ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଜଣାଇଥିଲେ ଯେ କେନ୍ଦ୍ର ସରକାର ସୀମା ଓ ଉପକୂଳ ଅଞ୍ଚଳର ଏକ ଅଭିଯାନ ସ୍ୱରୂପ ବିକାଶ କାର୍ଯ୍ୟ ହାତକୁ ନେଉଛନ୍ତି, ଯାହା ଫଳରେ ସେଠାକୁ ଅନ୍ୟତ୍ର ଯାଇଥିବା ଲୋକେ ପୁଣି ସେଠାକୁ ଫେରି ଆସିବେ। ଏହି ସବୁ ଅଞ୍ଚଳରେ ମାଦକ ଦ୍ରବ୍ୟ ଓ ଚୋରା ଚାଲାଣ ରୋକିବାକୁ ଅନେକ ଦିନ ଲାଗୁଥିବାରୁ ଥିବାରୁ ସୀମା ଓ ଉପକୂଳରେ ଥିବା ରାଜ୍ୟ ସହ ଯୋଜନା କାର୍ଯ୍ୟକାରୀ କରିବାକୁ ସମନ୍ୱୟ ରକ୍ଷା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ।
ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଡିଜିପି ସମ୍ମିଳନୀରେ ବାହାରିଥିବା ପ୍ରସ୍ତାବଗୁଡ଼ିକ ଉପରେ ଗୁରୁତ୍ୱର ସହ ଅନେକ ଅନୁଧ୍ୟାନ କରିବାକୁ ଅନୁରୋଧ କରିଥିଲେ। ନୂତନ ବର୍ଜ୍ୟ ବସ୍ତୁ ପରିହାର ନୀତି ପରିପ୍ରେକ୍ଷୀରେ ସେମାନଙ୍କ ଯାନବାହନ ସମ୍ପର୍କରେ ସମୀକ୍ଷା କରିବାକୁ କହିଥିଲେ। “ପୁଲିସ ଯାନବାହନ ଏହାର ସାମର୍ଥ୍ୟର ଆବଶ୍ୟକତା ଦୃଷ୍ଟିରୁ କେବେ ବି ପୁରୁଣା ହେବା ଅନୁଚିତ” ବୋଲି ସେ କହିଥିଲେ।
ସେ ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ଆମେ ଜାତୀୟ ପରିପ୍ରେକ୍ଷୀରେ ବିଚାର କରୁ ତାହାଲେ ପ୍ରତ୍ୟେକ ଆହ୍ୱାନ ଆମକୁ ଛୋଟ ଲାଗିବ। “ଏହି ‘ଚିନ୍ତନ ଶିବିର’ରେ ଆହୁରି ଉନ୍ନତ ପ୍ରସ୍ତାବ ସହ ରୋଡମ୍ୟାପ ସାମ୍ନାକୁ ଆସିବ। ମୁଁ ଆପଣମାନଙ୍କ ଶୁଭେଚ୍ଛା କାମନା କରୁଛି” କହି ପ୍ରଧାନମନ୍ତ୍ରୀ ବକ୍ତବ୍ୟ ସମାପନ କରିଥିଲେ।
ପୃଷ୍ଠଭୂମି:
ଅକ୍ଟୋବର ୨୭, ୨୮ ଦୁଇଦିନ ଧରି ହରିୟାନାର ସୂରଜକୁଣ୍ଡ ଠାରେ ‘ଚିନ୍ତନ ଶିବିର’ ଅନୁଷ୍ଠିତ ହେଉଛି। ରାଜ୍ୟର ଗୃହ ସଚିବ ଓ ପୁଲିସ ମହାନିର୍ଦେଶକ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ) ଓ କେନ୍ଦ୍ରୀୟ ପୁଲିସ ସଂଗଠନ (ସିପିଓଏସ) ମଧ୍ୟ ଏହି ଚିନ୍ତନ ଶିବିରରେ ଭାଗ ନେବେ।
ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ବିଷୟ ନେଇ ଜାତୀୟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ୱାଧୀନତା ଦିବସରେ ଘୋଷିତ ପଞ୍ଚପ୍ରାଣ ନୀତି ଭିତ୍ତିରେ ନୀତି ନିର୍ଦ୍ଧାରଣ ପାଇଁ ଗୃହ ମନ୍ତ୍ରୀମାନଙ୍କ ଏହି ‘ଚିନ୍ତନ ଶିବିର’ ଅନୁଷ୍ଠିତ ହେଉଛି। ସମନ୍ୱୟ ସଂଘୀୟତନ୍ତ୍ର ଆଦର୍ଶକୁ ଭିତ୍ତିକରି ଏହି ଶିବିର ଯୋଗୁ କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ଯୋଜନା ଓ ସମନ୍ୱୟ ନେଇ ଅଧିକ ତାଳମେଳ ରହିବ।
ଏହି ଶିବିରରେ ପୁଲିସ ବଳର ଆଧୁନିକୀକରଣ, ସାଇବର ଅପରାଧ ପରିଚାଳନା, ଅପରାଧିକ ନ୍ୟାୟ ମାମଲାରେ ଅଧିକ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଉପଯୋଗ, ଭୂମି, ସୀମା ପାଇଥିବା ଉପକୂଳ ସୁରକ୍ଷା, ମହିଳା ସୁରକ୍ଷା ଓ ମାଦକ ଦ୍ରବ୍ୟ ଚୋରା ଚାଲାଣ ଇତ୍ୟାଦି ବିଷୟରେ ମୁଖ୍ୟତଃ ଆଲୋଚନା ହେବ।