Odiapua.com

ମିଥ୍ୟା ଅଭିଯୋଗକୁ ଟୁକୁଣା ଗ୍ରାମବାସୀଙ୍କ ବିରୋଧ

ହାଟଡିହି ୨୫ । ୭ : ହାଟଡିହି ବ୍ଲକ ଟୁକୁଣା ଛକରେ ବାଲିଗାଡିରୁ ଚାନ୍ଦା ଆଦାୟ କରାଯାଉଥିବା ନେଇ ହୋଇଥିବା ଅଭିଯୋଗକୁ ଟୁକୁଣା ଗ୍ରାମବାସୀମାନେ ଖଣ୍ଡନ କରିଛନ୍ତି । ଆଜି କିଛି ଗଣମାଧ୍ୟମରେ ଏ ଖବର ପ୍ରକାଶ ପାଇବାପରେ ଗ୍ରାମବାସୀମାନେ ଏହାର ଦୃଢ଼ ପ୍ରତିବାଦ କରିବାସହ ରାସ୍ତା ଅବରୋଧ କରିଥିଲେ । ସେମାନଙ୍କ ଅଭିଯୋଗ ଅନୁଯାଇ ହାଟଡିହି-ସମଣା ରାସ୍ତାର ଅନେକ ସ୍ଥାନରେ ବାଲି ଗାଡିରୁ ଚାନ୍ଦା ଆଦାୟ ହେଉଥିବାବେଳେ ଟୁକୁଣା ଛକରେ କୌଣସି ଚାନ୍ଦା ଆଦାୟ କରାଯାଉ ନାହିଁ । ଟୁକୁଣା ଗ୍ରାମବାସୀମାନେ ଚାନ୍ଦା ଆଦାୟ ଭଳି ଏକ ଘୃଣ୍ୟ ଅପରାଧକୁ ପ୍ରଶ୍ରୟ ଦିଅନ୍ତି ନାହିଁ । କିନ୍ତୁ କିଛି ବ୍ୟକ୍ତି ଏନେଇ ମିଥ୍ୟା ଅଭିଯୋଗ କରିବାକୁ ସେମାନେ ଦୃଢ଼ ଭାବରେ ନିନ୍ଦା କରିଛନ୍ତି ।