Odiapua.com

ମିଗ୍ -୨୯ କେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ସୁରକ୍ଷିତ

ଗୋଆ ୧୨-୧୦ (ଓଡ଼ିଆ ପୁଅ) ଗୋଆରେ ଏକ ମିଗ୍ -୨୯ କେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୋଆ ଉପକୂଳରେ ନିୟମିତ ବିମାନ ଉଡ଼ାଣ ସମୟରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ, ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ପାଇଲଟ ସୁରକ୍ଷିତ ବାହାର ହେବାରେ ସଫଳ ହୋଇଥିଲେ। ତାଙ୍କର ଜୀବନ ରକ୍ଷା ହୋଇଥିଲା। ଭାରତୀୟ ନୌସେନା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ବୈଷୟିକ ତୃଟି କାରଣରୁ ବିମାନଟି ବେସକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଅଧିକାରୀ କହିଛନ୍ତି।