Odiapua.com

ମା’ ସୁନା ଗୋରୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍‌ଯାପିତ

ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମାଧପୁର ଗ୍ରାମ ପଂଚାୟତ ଅଣଖା ସାହି ଗ୍ରାମ ର ମା’ ସୁନା ଗୋରୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍‌ଯାପିତ ଉତ୍ସବ ଅବସରରେ ଅଣଖାସାହି ଅଂଚଳରେ ଏକ ଆନନ୍ଦମୟ ପରିବେଶ ଦେଖିବାକୁ ମିଳିଥିଲା। ଏହି କ୍ରିକେଟ ଟୁର୍ଣ୍ଣାମେଂଟରେ ଅଂଚଳର ବହୁ ସଂଖ୍ୟକ ଯୁବକ ଏବଂ କ୍ରିକେଟ ପ୍ରେମୀମାନେ ସକ୍ରିୟ ଭାବେ ଯୋଗଦେଇଥିଲେ। ଉଦ୍ଜାପନି ଉତ୍ସବ ଅବସରରେ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିବର୍ଗ ମାଧପୁର ଗ୍ରାମ ପଂଚାୟତ ର ସରପଂଚ ବିନୋଦ ଦାସ, ଯୁବନେତା ତଥା ସମାଜସେବୀ ମାନସ ଦାସ, ସରୋଜଶୁଷିଳ ପଲାଇ,ବିଜୟ ପାଢି,ଅମିୟ ଦାସ, କଳ୍ପତରୁ ଦାସ, ତ୍ରିଲୋଚନ ବିଶ୍ୱାଳ, ପ୍ରଦୀପ ଦାସ, ଗିରିଧାରୀ ମହାକୁଡ଼, ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଟୁର୍ଣ୍ଣାମେଂଟର ମୁଖ୍ୟ ଉଦ୍ଦେଶ୍ୟ ଯୁବମାନଙ୍କ ମଧ୍ୟରେ କ୍ରିକେଟ ପ୍ରତି ଆଗ୍ରହ ବୃଦ୍ଧି କରିବା ସହିତ ସମ୍ପ୍ରୀତି ଓ ସଂଘବଦ୍ଧତାକୁ ଶକ୍ତିଶାଳୀ କରିବା ଥିଲା। ପ୍ରତିଯୋଗିତାରେ ବିଭିନ୍ନ ଦଳ ଉତ୍ସାହର ସହ ଖେଳ ପ୍ରଦର୍ଶନ କରିଥିଲେ ଏବଂ ଦର୍ଶକମାନେ ମଧ୍ୟ ଖେଳକୁ ଉପଭୋଗ କରିଥିଲେ। ଶେଷରେ ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା। ଉକ୍ତ ଖେଳରେ ମାଧପୁର ମା ଇଷାଣ ଚଣ୍ଡୀ କ୍ରିକେଟ ଟିମ୍ ୧୨ ଓଭର ରେ ୧୧୩ ରନ କରିଥିବା ବେଳେ ସିଂପୁର ରାଧାକୃଷ୍ଣ କ୍ରିକେଟ ଟିମ୍ ୧୨ ଓଭର ରେ ସମସ୍ତ ଉଇକେଟ ହରାଇ ୯୨ ରନ କରି ପରାସ୍ତ ହୋଇଥିଲେ। ଶେଷରେ ବିଜେତା ଟିମ୍ ମା ଇଶାଣ ଚଣ୍ଡୀ କ୍ରିକେଟ ଟିମ୍ କୁ ଏକ ଟ୍ରଫି ସହିତ ୧୦୦୦୦ ଟଙ୍କା ର ଆର୍ôଥକ ସହାୟତା ପ୍ରଦାନ କରିଥିବାବେଳେ ଉପବିଜେତା ସିଂପୁର ରାଧାକୃଷ୍ଣ କ୍ରିକେଟ ଟିମ୍ କୁ ଏକ ଟ୍ରଫି ସହିତ ୩୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମଟି ସଫଳ ଭାବେ ମା ସୁନା ଗୋରୀ କ୍ରିକେଟ ଟୁର୍ଣ୍ଣାମେଂଟ ସମ୍ପନ୍ନ ହୋଇଥିବାରୁ ଆୟୋଜକମାନେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।