Odiapua.com

ମା’ ମନ୍ତ୍ରବାସୁଳି କ୍ରିକେଟ୍ କ୍ଲବ୍ ଆଳମଙ୍ଗା ପକ୍ଷରୁ ଅଲ ଓଡ଼ିଶା କ୍ରିକେଟ ଟୁର୍ଣ୍ଣାମେଂଟ, ହିଟ୍ ମାଇଣ୍ଡ ଆଗରପଡ଼ା ଫାଇନାଲରେ

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଅନ୍ତର୍ଗତ ଆଳମଙ୍ଗା କ୍ରିକେଟ୍ ପଡ଼ିଆରେ ମା ମନ୍ତ୍ରବାସୁଳି କ୍ରିକେଟ୍ କ୍ଲବ୍ ଆଳମଙ୍ଗା ପକ୍ଷରୁ ଅଲ ଓଡ଼ିଶା କ୍ରିକେଟ ଟୁର୍ଣ୍ଣାମେଂଟ ଭଦ୍ରକ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉଦଘାଟନୀ ଉତ୍ସବରେ ବନ୍ତ ଥାନା ଅଧିକାରୀ ସୁପ୍ରକାଶ ମହାନ୍ତି ଫିତା କାଟି ଉଦଘାଟନ କରିଥିବା ବେଳେ କେନ୍ଦୁଆପଦା ସରପଂଚ ପ୍ରମୋଦ କୁମାର ଜେନା, ସେଣ୍ଡତିରା ସରପଂଚ ପ୍ରଶାନ୍ତ କୁମାର ଦାସ,ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରତିକାନ୍ତ ବେହେରା, କ୍ଲବ୍ ସଭାପତି ଅନୁପ କୁମାର ବେହେରା ,ସମ୍ପାଦକ ରଞ୍ଜନ କୁମାର ବେଜ, ଅନୁରାଗ ବେହେରା, ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ଟୁର୍ଣ୍ଣାମେଂଟରେ ମୋଟ ୮ ଗୋଟି ଟିମ୍ ଅଂଶ ଗ୍ରହଣ କରିଥିବା ବେଳେ ଆଜି ୪ ଗୋଟି ଟିମ୍ ର ୩ ଗୋଟି ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ କ୍ୱାଟର ମ୍ୟାଚରେ ଫେମସ ୧୧ ବାଲେଶ୍ୱର ଓ ହିଟ୍ ମାଇଣ୍ଡ ଆଗରପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଫେମସ ୧୧ ବାଲେଶ୍ୱର ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତି ନେଇଥିଲା। ହିଟ୍ ମାଇଣ୍ଡ ଆଗରପଡ଼ା ୭ ଓଭରରେ ୭ ୱିକେଟ ବିନିମୟରେ ୧୧୪ ରନ୍ ସଂଗ୍ରହ କରିଥିବା ବେଳେ ଫେମସ ୧୧ ବାଲେଶ୍ୱର ୭ ଓଭରରେ ୩ ୱିକେଟ ହରାଇ ମାତ୍ର ୭୮ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲେ। ଦ୍ୱିତୀୟ କ୍ୱାଟର ମ୍ୟାଚ୍ ରେ ଷ୍ଟାର ୧୧ ସିଉଳି ପୁରୀ ଓ ହିତ୍ରିକ ୧୧ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ହିତ୍ରିକ ୧୧ କଟକ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତି ନେଇଥିବା ବେଳେ ଷ୍ଟାର ୧୧ ସିଉଳି ପୁରୀ ବ୍ୟାଟିଂ କରି ନିର୍ଦ୍ଧାରିତ ୭ ଓଭରରେ ୬ ୱିକେଟ ବିନିମୟରେ ୯୩ ରନ୍ ସଂଗ୍ରହ କରିଥିବା ବେଳେ ହିତ୍ରିକ ୧୧ କଟକ ୬ ଓଭର ବିନିମୟରେ ୧ ୱିକେଟ ହରାଇ ୯୫ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା। ପ୍ରଥମ ସେମିଫାଇନାଲ ହିଟ୍ ମାଇଣ୍ଡ ଆଗରପଡ଼ା ଓ ହିତ୍ରିକ ୧୧ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ହିତ୍ରିକ ୧୧ କଟକ ଟସ୍ ଜିତି ବୋଲିଂ ନିଷ୍ପତି ନେଇଥିବା ବେଳେ ହିଟ୍ ମାଇଣ୍ଡ ଆଗରପଡ଼ା ୭ ଓଭରରେ ୨ ୱିକେଟ୍ ବିନିମୟରେ ୯୬ ରନ୍ ସଂଗ୍ରହ କରିଥିଲା। ଅପରପକ୍ଷ ନିର୍ଦ୍ଧାରିତ ନିର୍ଦ୍ଧାରିତ ୭ ଓଭରରେ ୪ ୱିକେଟ୍ ହରାଇ ମାତ୍ର ୬୦ ରନ୍ ସଂଗ୍ରହ କରି ପରାଜିତ ହୋଇଥିବା ବେଳେ ହିଟ୍ ମାଇଣ୍ଡ ଆଗରପଡ଼ା ବିଜୟ ହାସଲକରି ପ୍ରଥମ ଟିମ୍ ଭାବରେ ଫାଇନାଲ ରେ ପ୍ରବେଶ କରିଥିଲା। ଉକ୍ତ ଟୁର୍ଣ୍ଣାମେଂଟରେ ଆମ୍ପିୟାର ବବୁଲ ସାହୁ, ସୁଧାଂଶୁ ଶେଖର ଲେଙ୍କା, ଭାଷ୍ୟକାର ବୁଦ୍ଧଦେବ ମହାରଣା, ଚନ୍ଦ୍ରକାନ୍ତ ବେହେରା, ସ୍କୋରର ସୌମ୍ୟ ରଂଜନ ରାଉଳ, ମନୀଷ କୁମାର ଧଳ କାର୍ଯ୍ୟ ତୁଲାଇଥିଲେ।ସହଯୋଗ ସୁରେଶ କୁମାର ପାଇକରାଏ, ଆଲୋକ ସେଠୀ, ମନୋଜ ସେଠୀ, ମନୋଜ ନାୟକ, ଶୁଭାଶିଷ ଜେନା, ବିଭୁଦତ ଜେନା, ସନ୍ତୁନୁ କୁମାର ଜେନା, ସୁମିତ୍ କୁମାର ଜେନା, ଜ୍ୟୋତିପ୍ରକାଶ ସେଠୀ, ଚନ୍ଦନ କୁମାର ସେଠୀ, ଆଶୁତୋଷ ଜେନା, ସୌମ୍ୟରଞ୍ଜନ ବେଜ, ସୋମନାଥ ବେଜ , ପ୍ରକାଶ ଜେନା, ଅଜିତ ଲେଙ୍କା ସମେତ ଆଳମଙ୍ଗା କ୍ରିକେଟ୍ କ୍ଲବ ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।