Odiapua.com

ମା’ ମଣିନାଗ ପୀଠ ଅର୍ଦ୍ଧନିର୍ମିତ ତୋରଣ ନିର୍ମାଣ ସମ୍ପୂର୍ଣ୍ଣ ହେବ କେବେ

ନୟାଗଡ଼ ୧୩/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ସରକାର ଓଡିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ବହୁବିଧ ଯୋଜନା ପ୍ରସ୍ତୁତ କରିଛନ୍ତି। ଯାହାଫଳରେ ପର୍ଯ୍ୟଟନ କେନ୍ଦ୍ର ଗୁଡିକୁ ପର୍ଯ୍ୟଟକ ମାନେ ଆକୃଷ୍ଟ ହେଉଛନ୍ତି। କିନ୍ତୁ ନୟାଗଡ଼ ଜିଲ୍ଲା ରଣପୁର ରେ ଥିବା ରାଜରାଜୁଡା ଅମଳର ପର୍ଯ୍ୟଟନ କ୍ଷେତ୍ର ମା ମଣିନାଗ ପୀଠ ଏବେବି ଅବହେଳିତ। ମଣିନାଗ ପୀଠ କୁ ସୈାର୍ନ୍ଦଜୀକରଣ କରିବା ପାଇଁ ପୂର୍ବତନ ସମବାୟ ରାଷ୍ଟ୍ରମନ୍ତ୍ରୀ ସୁରମା ପାଢୀ ୨୦୦୯ ମସିହାରେ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ୨ ଲକ୍ଷ ଟଙ୍କା ଅନୁଦାନରେ ଏକ ତୋରଣ ନିର୍ମାଣ କରିଥିଲେ। ଯାହାକି ଅଦ୍ୟାବଧି ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଛି। ସେହିଭଳି ଭାବରେ ୨୦୧୩ ମସିହାରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମଣିନାଗ ରାସ୍ତା ବିଦ୍ୟାଳୟ ଛକରେ ୫ ଲକ୍ଷ ଟଙ୍କା ବ୍ୟୟ ବିନିମୟରେ ଏକ ତୋରଣ ନିର୍ମାଣ କାର୍ଯ୍ୟ ରଣପୁର ବ୍ଲକ ମାଧ୍ୟମରେ ଆରମ୍ଭ କରିଥିଲେ।

ଯାହାକି ବର୍ଷ ପରେ ବର୍ଷ ବିତି ଯାଇଥିଲେ ମଧ୍ୟ ଏବେବି ଅର୍ଦ୍ଧ ନିର୍ମିତ ଭାବରେ ପଡ଼ିରହିଛି। ଯାହାଫଳରେ ମଣିନାଗ ପୀଠକୁ ଆସୁଥିବା ଶ୍ରଦ୍ଧାଳୁ ପର୍ଯ୍ୟଟକ ମାନଙ୍କୁ ବ୍ୟଥିତ କରୁଥିବା ଜଣାପଡୁଛି। ଏ ସର୍ମ୍ପକେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷା ରଙ୍ଗୀନ ମହାନ୍ତିଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଏବେ ବିଦ୍ୟାଳୟ ଛକ ଠାରେ ଥିବା ନିର୍ମାଣଧିନ ତୋରଣ ପାଇଁ ୪ ଲକ୍ଷ ଟଙ୍କାର ଅନୁଦାନ ଆସିଅଛି। ଖୁବଶୀଘ୍ର ତୋରଣ ନିର୍ମାଣ ସମ୍ପୂର୍ଣ୍ଣ କରାଯିବ। ଲୋକ ମାନଙ୍କ ଆଲୋଚନା ରୁ ଶୁଣାଯାଏ ୨୦୦୯ ମସିହାରେ ନିର୍ମିତ ପ୍ରଥମ ତୋରଣ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଇଣ୍ଡିଆନ ଅଏଲ୍ ପେରିଫେରି ଉନ୍ନୟନ ପାଣ୍ଠିରୁ ଅର୍ଥ ଆସିବା ପାଇଁ ପ୍ରସ୍ତୁତି ଚାଲିଛି। ସେ ଯାହାହେଉନା କାହିଁକି ଉଭୟ ଅର୍ଦ୍ଧନିର୍ମିତ ତୋରଣ ର କାର୍ଯ୍ୟ ସମ୍ପୂର୍ଣ୍ଣ କରି ପର୍ଯ୍ୟଟନ କ୍ଷେତ୍ର ମଣିନାଗ ପୀଠର ସୈାର୍ନ୍ଦଯ୍ୟ ବୃଦ୍ଧି ପାଇଁ ଦାବି ହେଉଛି।