Odiapua.com

ମା ମଙ୍ଗଳା ମହିଳା ଭାଗବତ ଟୁଙ୍ଗିକୁ ‘ବାବା ବକୁଳି ଗୋସ୍ୱାମୀ’ ସମ୍ମାନ

ହାଟଡିହି, ୧୯/୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଓଡିଆ ଜାତିର ଆରାଧ୍ୟ ଗ୍ରନ୍ଥ ଭାଗବତ ତଥା ସଡିଆ ସଂସ୍କୃତିର ମୁଖ୍ୟ ପରିଚୟ ଭାଗବତ ବାଣୀର ପ୍ରଚାର ପ୍ରସାର ରେ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ମା ମଙ୍ଗଳା ମହିଳା ଭାଗବତ ଟୁଙ୍ଗି, କାଠିଆସରାକୁ ‘ବାବା ବକୁଳି ଗୋସ୍ୱାମୀ’ ସମ୍ମାନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ଘସିପୁରା ବ୍ଲକ ବାତୋ ଗ୍ରାମସ୍ଥ କୁଞ୍ଜବନ ପ୍ରକୋଷ୍ଠରେ ବନମାଳୀ ପଣ୍ଡାଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକ ପାଳନ ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ବନମାଳୀ ପଣ୍ଡା ସ୍ମୃତି ସଂସଦର ସଭାପତି ଯଦୁନାଥ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କାଠିଆସରା ମା ମଙ୍ଗଳା ମହିଳା ଭାଗବତ ଟୁଙ୍ଗିକୁ ଏହି ସମ୍ମାନ ସ୍ୱରୁପ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରିଥିଲେ । ଏହି ଭାଗବତ ଟୁଙ୍ଗିର ସଫଳତା ପାଇଁ କେନ୍ଦୁଝର ଜିଲ୍ଲାର ଭାଗବତ ପ୍ରଚାର ପ୍ରସାରକ ଇଂ ପ୍ରତାପ ଚନ୍ଦ୍ର ବାରିକ ଓ ପ୍ରତିଭା ପ୍ରଣାମ ମଞ୍ଚର ଆବାହକ ରତ୍ନାକର ଦାସଙ୍କ ଭୁମିକା ଅତୁଳନୀୟ ବୋଲି ଭାଗବତ ଟୁଙ୍ଗିର କର୍ମକର୍ତ୍ତା ମାନେ ମତବ୍ୟକ୍ତ କରିଥିଲେ । ଏହି ସମ୍ମାନ ମିଳିବାପରେ ରାମଚନ୍ଦ୍ର ନାୟକ, ରମାକାନ୍ତ ନାୟକ, ଅଶୋକ କୁମାର ପୁହାଣ, କିର୍ତ୍ତନ ବିହାରୀ ସାହୁ, ହାଟଡିହି ସମ୍ବାଦ ସାହିତ୍ୟଘରର ସଭାପତି ଅନ୍ତର୍ଯ୍ୟାମୀ ରାଉତ ପ୍ରମୁଖ ଭାଗବତ ଟୁଙ୍ଗିର ସଭାନେତ୍ରୀ ତଥା ଶିଶୁ ସାହିତ୍ୟିକା ବିଦ୍ୟୁତପ୍ରଭା ଦେଓ, ସମ୍ପାଦିକା ସୁବାସିନି ସାମଲ ଓ ସମସ୍ତ ସଦସ୍ୟ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।