Odiapua.com

ମା’ ଭଦ୍ରକାଳୀଙ୍କ ପୀଠରେ ଷୋଡଶ ଦିବସୀୟ ପୂଜା ସମାପ୍ତି ଓ ପୂର୍ଣ୍ଣାହୁତି, ପୁସ୍ତକ ଲୋକାର୍ପଣ

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଧିଷ୍ଠାତ୍ର ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ଷୋଡଶ ଦିବସୀୟ ପୂଜା, ଚଣ୍ଡିପାଠ, ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ସପ୍ତଶତୀ ଚଣ୍ଡୀଙ୍କ ମନ୍ତ୍ରରେ ଆହୂତି ପ୍ରଦାନ କରାଯାଇ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା । ପୂର୍ଣ୍ଣାହୁତି ପୂର୍ବରୁ ପଣ୍ଡିତ ଭାଗିରଥୀ ନନ୍ଦଶର୍ମାଙ୍କ ଲିଖିତ ବହୁ ଦେବାଦେବୀଙ୍କ ସ୍ତୋତ୍ର ସମ୍ବଳିତ ପୁସ୍ତକ ‘ସ୍ତବ ସ୍ତୋତ୍ର ବାରିଧି’କୁ ମା’ ଭଦ୍ରକାଳୀଙ୍କ ଚରଣରେ ସମର୍ପଣ କରାଯାଇଥିଲା । ଏହି ଅବସରରେ କୋଭିଡ଼ କଟକଣା ଅନୁପାଳନ ପୂର୍ବକ ପ୍ରସାଦ ବିତରଣ କରାଯାଇଥିଲା । ଏହି ଧାର୍ମିକ କାର୍ଯ୍ୟରେ ମନ୍ଦରଧର ଦୀକ୍ଷିତ, ପ୍ରଶାନ୍ତ କୁମାର ଦୀକ୍ଷିତ, ଲକ୍ଷ୍ମୀଧର ସାହୁ, ପଣ୍ଡିତ ସୁବ୍ରତ କୁମାର ଦୀକ୍ଷିତ, ମହାପାତ୍ର ପ୍ରକାଶ କୁମାର ସାହୁ, ମହାପାତ୍ର ବିକାଶ କୁମାର ସାହୁ, ଯାଜ୍ଞିକ ଗୋପୀନାଥ ପଣ୍ଡା, ପ୍ରତାପ ଚନ୍ଦ୍ର ଦୀକ୍ଷିତ, ଅନ୍ନପୂର୍ଣ୍ଣା ସାହୁ, ତାରିଣୀ କିଙ୍କର ନନ୍ଦ, ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗିରଥୀ ନନ୍ଦଶର୍ମା, ଆବାହକ ଶରତ କୁମାର ସାହୁଙ୍କ ସମେତ ବହୁ ସେବକ ଉପସ୍ଥିତ ଥିଲେ ।