Odiapua.com

ମା’ ବ୍ରାହ୍ମଣୀ ଦେବୀ କଳାନୁଷ୍ଠାନର ବାର୍ଷିକ ଉତ୍ସବ, କଳା ସାଧନାରେ ସିଦ୍ଧିଲାଭ କର- ଡ.ସୁଧାଂଶୁ ନାୟକ

??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବ୍ରାହ୍ମଣୀ ଦେବୀ ନୃତ୍ୟ,ସଙ୍ଗୀତ କଳାନୁଷ୍ଠାନର ୪ର୍ଥ ବାର୍ଷିକ ଉତ୍ସବ ବନ୍ତ ଠାରେ ପାଳିତ ହୋଇଯାଇଛି । ଶିକ୍ଷକ ସୁଧିର କୁମାର ବାରିକଙ୍କ ମଂଚ ସଂଯୋଜନାରେ ଆୟୋଜିତ ସଭାକୁ ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ.ସୁଧାଂଶୁ ଶେଖର ନାୟକ ତାଙ୍କ ବକ୍ତବ୍ୟରେ ଏଠାରେ ଶିକ୍ଷାଗ୍ରହଣ କରୁଥିବା କୁନି କୁନି ପିଲା ମାନେ ଯେଉଁ ସାଧନାରେ ବ୍ରତୀ ଅଛନ୍ତି,ସେମାନଙ୍କ ସାଧନାର ସିଦ୍ଧି ହେବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ନୃତ୍ୟ,ସଙ୍ଗୀତ ଓ ବାଦ୍ୟ ଯନ୍ତ୍ର କଳାରେ ଅଚଂଳକୁ ଗୌରାବାନ୍ୱିତ କରନ୍ତୁ ବୋଲି କହିଥିଲେ । ମୁଖ୍ୟବକ୍ତା ହୋମିଓପାଥି ଡାକ୍ତର ଡଃ.ମୁରଲୀଧର ସୂତାର,ସମ୍ମାନିତ ଅତିଥି ବନ୍ତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ.ଶୁଭେନ୍ଦ୍ର କୁମାର ମିଶ୍ର, ବନ୍ତ ସରପଚଂ ମାନସୀରାଣୀ ରାଉତ୍‌,ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଅଜୟ କୁମାର ପୃଷ୍ଟି, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ସତ୍ୟସୁନ୍ଦର ପରିଡା,ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ସାମଲ, ନାରାୟଣ ଚନ୍ଦ୍ର ଲେଙ୍କା, କାର୍ତିକ ଚନ୍ଦ୍ର ସାହୁ,କବି ଆଲୋକ ରଞ୍ଜନ ମୁଖାର୍ଜି ପ୍ରମୁଖ ମଂଚାସୀନ ହୋଇ ବନ୍ତ ଅଚଂଳରେ ଆଜକୁ ଚାରିବର୍ଷ ଧରି କଳା ଅନୁଷ୍ଠାନ ଖୋଲି ଅଚଂଳର ପିଲାମାନଙ୍କୁ ଶିକ୍ଷାଦାନ ଦେବା ଏବଂ କଳା ଉପରେ ପାରଦର୍ଶିତା ଲାଭ କରିବାରେ ବାହ୍ମଣୀ ଦେବୀ ଅନୁଷ୍ଠାନ ଅଗ୍ରଣୀ ଭୂମିକା ନିଭାଉ ବୋଲି ମତବ୍ୟକ୍ତ କରି ଅନୁଷ୍ଠାନର ଉତୋରତର ଉନ୍ନତି କାମନା କରିଥିଲେ ।ଏହି ଅବସରରରେ ଭଦ୍ରକ ମନମୋହନ ପରିଷଦର ଅଧ୍ୟକ୍ଷ ଡଃ.କେଶବ ଚରଣ ଜେନା, ବରିଷ୍ଠ ପାଲା ଗାୟକ ନବ କୁମାର ଲେଙ୍କାଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ନୃତ୍ୟ,ସଙ୍ଗୀତ, ଶାସ୍ତ୍ରୀୟ ସଙ୍ଗୀତ, ଓଡିଶୀନୃତ୍ୟ, କରାଟୀ, ତବଲା, ଆଧୁନିକ ନୃତ୍ୟ ଆଦି ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ କଳାନୁଷ୍ଠାନର ସମ୍ପାଦକ ଦିଲ୍ଲୀପ କୁମାର ସାହୁ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ରଖି ଅଚଂଳବାସୀଙ୍କ ସହଯୋଗ କାମନା କରିଥିଲେ । ଆଶିଷ କୁମାର ଖୁଟିଂଆ, ସାଇସତ୍ୟ ନାୟକ, ବିଳାସ ଦାସ,ଶଶିକାନ୍ତ ସେଠି, ମିନାରାଣି ଜେନା, ସ୍ମିତାରାଣି ନାୟକ, ଶୁଭସ୍ମିତା ରାଉତ, ମୋନାଲିସା ସାହୁ, ନନ୍ଦିନୀ ଶତପଥି, ମିତା ଭୋଇ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ କଳାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।