Odiapua.com

ମା ବିଶ୍ୱତାରିଣୀ କଳାକାର ପରିଷଦ ପକ୍ଷରୁ ସ୍ୱାଧିନତା ଦିବସ ପାଳିତ

ହାଟଡ଼ିହି, ୧୬/୮/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ମା ବିଶ୍ୱତାରିଣୀ କଳାକାର ପରିଷଦ ପକ୍ଷରୁ ଶାଳଣିଆଁ ଜଗନ୍ନାଥ ମନ୍ଦିର ପରିସରରେ ୭୫ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ବ୍ଲକ କଳା ଓ ସଂସ୍କୃତିସଂଘର ଉପସଭାପତି ଦିବାକର ବାରିକ ପତାକା ଉତ୍ତୋଳନ କରି ସ୍ୱାଧିନତା ଦିବସ ସମ୍ପର୍କରେ ଉଦବୋଧନ ଦେଇଥିଲେ । କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ରନାଥ ମିଶ୍ର ଜାତୀୟ ସଂଗୀତ ଗାନ କରିଥିଲେ । ସମ୍ପାଦକ ବିଦ୍ୟାଧର କବିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କର୍ମକର୍ତ୍ତା ଶଙ୍କର୍ଷଣ ମିଶ୍ର, ଇଶ୍ୱର ଚନ୍ଦ୍ର ଦାଶ, କିଶୋର ଚନ୍ଦ୍ର ମହାନ୍ତି, ଅନନ୍ତ ପଣ୍ଡା, କୁମୁଦିନୀ ପଣ୍ଡା, ସନ୍ଧ୍ୟାରାଣୀ ପଣ୍ଡା, ସଦାଶିବ ବାରିକ, ପ୍ରମୋଦ ପଟ୍ଟନାୟକ, ପରୀକ୍ଷିତ ନାୟକ, ମଦନ ମୋହନ ପ୍ରଧାନ, ସୁରେନ୍ଦ୍ର ସା, ବୋଧିରାମ ସେଠୀ, ନାରାୟଣ ମଲ୍ଲିକ, କାର୍ତ୍ତିକେଶ୍ୱର ଯେନା, ପର୍ଶୁରାମ ଦାସ, ମହାରାଜ ବିଷ୍ଣୁବାବା, ଶାନ୍ତିଲତା ଖୁଣ୍ଟିଆ, ସୁରେନ୍ଦ୍ର ପଣ୍ଡା, ଚିନ୍ତାମଣୀ ବାରିକ, ଜନାର୍ଦ୍ଦନ ବାରିକ, ବାଣେଶ୍ୱର ଜେନା, କୁଳମଣି ଯେନା, ନିରଞ୍ଜନ ଲେଙ୍କା, ବଙ୍ଗାଳି ପେଡା, ମୁରଲୀଧର ବେହେରା, ଉପଦ୍ଦେଷ୍ଟାରତ୍ନାକର ଦାସ, ପ୍ରଭାକର ପାଣି, ରମାକାନ୍ତ ସାମଲ, ଯୁବ ଗାୟକ କାହ୍ନୁ ଚରଣ ବେହେରା, ଦେବାଶିଷ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାୟୀ ସଭାପତି ଅଧିକାରୀ ନାୟକ, ଗୋଲକ ବିହାରୀ ନାୟକ ପ୍ରମୁଖ ଯୋଗଦେଇ ୬ଟି ହାଇସ୍କୁଲର କୃତ୍ତି ଛାତ୍ରଛାତ୍ରୀଙ୍କୁ ଡାଏରୀ, କଲମ, ମାସ୍କ ପ୍ରଭୃତି ବଣ୍ଟନ କରିଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ଶିବ ଚରଣ ବେହେରା, ଅରବିନ୍ଦ ବେହେରା, ରମେଶ ଚନ୍ଦ୍ର ବାରିକ, ଉମେଶ ଚନ୍ଦ୍ର ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।