Odiapua.com

ମା’ ବିରଜା ମନ୍ଦିର ପରିସରରେ ପ୍ରଶାସନ ଜାରି କଲା ୧୪୪ ଧାରା

ଯାଜପୁର୨୦ା୮(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସନ୍ଦିର ଦାୟିତ୍ୱରେ ଥିବା ଜଣେ ସୁରକ୍ଷା କର୍ମଚାରୀ କରୋନା ପଜେଟିଭ୍‌ ଚିହ୍ନଟ ହେବା ପରେ ମା’ ବିରଜାଙ୍କ ମନ୍ଦିର ପରିସରରେ ମନ୍ଦିର ପ୍ରଶାସନ ୧୪୪ଧାରା ଆଜି ଲାଗୁ କରାଯିବା ମନ୍ଦିର ଟ୍ରଷ୍ଟି ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟା ୮ ଘଟିକାରୁ ଲାଗୁ କରାଯାଇଥିବା ୧୪୪ଧାରା ୨୫ ସକାଳ ୮ଘଟିକା ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବା ସହ କରୋନା ସଂକ୍ରମଣ ରୋକିବାକୁ ଏପରି ନିଷ୍ପତ୍ତି ନିଆଯାଇଥିବା ମନ୍ଦିର ଟଷ୍ଟ୍ରି ସୂଚନା ଦେଇଛନ୍ତି। ମନ୍ଦିର ପରିସରରେ ନିୟମ ଉଲଙ୍ଗନ କଲେ କଢା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଚେତାବନୀ ଦେଇଛନ୍ତି। ଯାଯପୁର ପୈାର ପରିପରିଷଦ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ୫୨ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ଥିବା ବେଳେ ୧୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।