ଭଦ୍ରକ, ୨ା୩ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ଦୁଇ ଯୁବକ ମା’ ବିରଜା କ୍ଷେତ୍ରରୁ ପୁରୀସ୍ଥିତ ବାବା ବରୁଣେଶ୍ୱରଙ୍କ ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରିଛନ୍ତି। ଚରମ୍ପା ବନ୍ଧଗାଁର ଅମୂଲ୍ୟ କୁମାର ରାଉତ ଓ ପରସିଙ୍ଗାର ଦୀପକ କୁମାର ମହାନ୍ତି ଦୁଇ ବନ୍ଧୁ ଦୁର୍ଘଟଣା ବିହୀନ ଜୀବନର ପ୍ରାର୍ଥନା ନେଇ ମା’ ବିରଜା କ୍ଷେତ୍ରରୁ ପୁରୀ ଜିଲ୍ଲା ବାବା ବରୁଣେଶ୍ୱରଙ୍କ ମନ୍ଦିରକୁ ପଦଯାତ୍ରାରେ ବାହାରିଛନ୍ତି। ପୂର୍ବରୁ ସଙ୍କୁଚିତ ଜାତୀୟ ରାଜପଥ ପାଇଁ ଦୁର୍ଘଟଣା ବୃଦ୍ଧି ପାଉଥିବା କୁହାଯାଉଥିଲା । ସଂପ୍ରତି ରାସ୍ତା ସମ୍ପ୍ରସାରଣ ସହିତ ଯାନବାହାନ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦୁର୍ଘଟଣା କମିବା ପରିବର୍ତେ ବଢିବାରେ ଲାଗିଛି। ମନୁଷ୍ୟକୃତ ହେଉ ବା ଦୈବୀ ଦୁର୍ବିପାକ ହେଉ ଦୈନିକ ରାଜପଥରେ କିଛି ନା କିଛି ଦୁର୍ଘଟଣା ଘଟି ଜନଜୀବନ ନଷ୍ଟ ହେଉଛି। ତେଣୁ ଏହାର ପ୍ରତିକାର ପାଇଁ କେବଳ ଭଗବାନ ହିଁ ଭରସା। ଏହି ପରିପ୍ରେକ୍ଷୀରେ ବାବା ବରୁଣେଶ୍ୱର ଙ୍କୁ ଗୁହାରି କରିବା ପାଇଁ ଦୁଇ ଜଣ ଯୁବକ ମା ବିରଜା ମନ୍ଦିର ଠାରୁ ବାବା ବରୁଣେଶ୍ୱରଙ୍କ ଧାମକୁ ପଦଯାତ୍ରାରେ ବାହାରିଛନ୍ତି।