Odiapua.com

ମା’ ବିରଜାଙ୍କ ଶାରଦୀୟ ପୂଜାତ୍ସୋବ ଚଳିତ ମାସ ୨୮ ତାରିଖରୁ

ଯାଜପୁର ୨୨-୯ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ଦୁର୍ଗୋତ୍ସବ ତଥା ମୁଖ୍ୟ ପର୍ବୋତ୍ସବର ବିଭିନ୍ନ କାର୍ଯ୍ୟ ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ସେପ୍ଟେମ୍ୱର ୨୮ ତାରିଖ ମୂଳାଷ୍ଟମୀ ମା’ ବିରଜାଙ୍କ ଘଟ ନିମଜ୍ଜନ, ମହାସ୍ନାନ ଓ ଶାରଦୀୟ ପୂଜାରମ୍ଭ। ଦୈନନ୍ଦିନ ନିତ୍ୟପୂଜା ଦିବା ୧୧ ଟା ଓ ରାତ୍ର ୮ ଟାରୁ।

ଅକ୍ଟୋବର ୫ ତାରିଖରେ ସିଂହଧ୍ୱଜ ରଥାଧିବାସ ରାତ୍ର ଘ. ୧୧.୨୮ ମିନିଟ୍ ପରେ। ଅକ୍ଟୋବର ୬ ତାରିଖରେ ସିଂହଧ୍ୱଜ ରଥ ପ୍ରତିଷ୍ଠା ଓ ରଥ ଚାଳନା ଅପରାହ୍ନ ଘ. ୩.୫୪ ମିନିଟ୍ ପରେ। ଅକ୍ଟୋବର ୧୦ ତାରିଖରେ ପଞ୍ଚମୀ, ମହାସ୍ନାନ ରାତ୍ର ୭.୪୮ ମିନିଟ୍ ପରେ। ରାତ୍ରରେ ଯଜ୍ଞ କାର‌୍ୟ୍ୟ ଆରମ୍ଭ। ଅକ୍ଟୋବର ୧୨ ତାରିଖରେ ମହାଷ୍ଟମୀ, ମହାସ୍ନାନ ରାତ୍ର ୧୨.୨୪ ମିନିଟ୍ ପରେ। ଅକ୍ଟୋବର ୧୩ ତାରିଖରେ ମହାନବମୀ, ଦେବୀ ବିରଜାଙ୍କ ରଥାବତରଣ ଓ ଲାଖବିନ୍ଧାପ୍ରାନ୍ତରକୁ ଯାତ୍ରା ରାତ୍ରି ଘ. ୧୧.୧୮ ମିନିଟ୍ ପରେ। ଅକ୍ଟୋବର ୧୪ ତାରିଖ ବିଜୟା ଦଶମୀରେ ଦେବୀଙ୍କ ଦଶମୀବିହିତ ପୂଜା ଓ ଘଟ ବିସର୍ଜନ ରାତ୍ର ଘ. ୮.୪୦ ମିନିଟ ପରେ ଅନୁଷ୍ଠିତ ହେବ। ଅକ୍ଟୋବର ୧୯ ତାରିଖ କୁମାରପୂର୍ଣ୍ଣମୀ ଏବଂ ମା ବିରଜାଦେବୀଙ୍କ ଅକ୍ଷକ୍ରୀଡା ସନ୍ଧ୍ୟା ଘ. ୭.୨୪ ମିନିଟ୍‌ ପରେ ଅନୁଷ୍ଠିତ ହେବ ବୋଲି ବିରଜା ମନ୍ଦିରର ପରିଚାଳକ ତଥା ଊପ-ଜିଲ୍ଲାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର ଓ ସହଯୋଗୀ ପୁରୋଧା ସରୋଜ କୁମାର ପତି ସୂଚନା ଦେଇଛନ୍ତି।