Odiapua.com

ମା ବାସୁଳୀଙ୍କ ପୀଠରେ ଶିବ ଓ ଶନିଦେବଙ୍କର ପ୍ରତିଷ୍ଠା ଉତ୍ସବ

ଭଦ୍ରକ, ୨୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ସବରମୋହକୁମା ଠାରେ ଅବସ୍ଥିତ ଥିବା ମା ବାସୁଳୀଙ୍କ ପୀଠ ରେ ଶିବଲିଙ୍ଗ ଓ ଶନିଦେବଙ୍କର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । । ଏହା ତ୍ରୀ ଦିବସ ଧରି ଅନୁଷ୍ଠିତ ହୋଇଥବବା ବେଳେ ପ୍ରଥମ ଦିବସରରେ ଗ୍ରାମ୍ୟ ପୁଷ୍କରିଣୀରୁ ୨୭ଗୋଟି କଳସ ଶୋଭାଯାତ୍ରାରେ ଅଣାଯାଇ ପୀଠରେ ସ୍ଥାପନ ସହ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସତ୍ୟପ୍ରକାଶ ପଣ୍ଡା ଙ୍କ ଦ୍ୱାରା ଅନୁଷ୍ଠିତ ଉତ୍ସବରେ ପୂଜକ ଭାବେ ଜଗବନ୍ଧୁ ଶତପଥୀ,ପୁର୍ଣ୍ଣଚନ୍ଦ୍ର ଶତପଥୀ,ରାମଚନ୍ଦ୍ର ପଣ୍ଡା,ଦୀଲିପ କର ପ୍ରମୁଖ ସୂର୍ଯଦେବଙ୍କପୂଜା, ଗୋ ପୂଜାଦି କରାଯାଇ ଯଜ୍ଞ ସହ ଶିବ ଲିଙ୍ଗ ଓ ଶନିଦେବଙ୍କୁ ଶୋଡ଼ଶ ଉପଚାରରେ ପୁଜାର୍ଚ୍ଚନା ସହ ଶିବ ଓ ଶନିଙ୍କ ସହସ୍ରନାମ ପାଠ ସହ ଯଜେ୍ଞଶ୍ୱରଙ୍କର ଦଶକର୍ମାଦି ସଂସ୍କାର କରାଯାଇ ଚଣ୍ଡୀ ପାଠ ପଠନ ସହ ପତ୍ୟେକ ମନ୍ତ୍ରରେ ଘୃତାହୁତି ପ୍ରଦାନ କରାଯାଇଥିଲା ।ଏହାକୁ ବନ୍ତ ଅଂଚଳର ବ୍ୟକ୍ତିବିଶେଷ ଅକ୍ଷୟ କୁମାର ଜେନା,ପ୍ରତାପ ସିଂହ,ହରେକୃଷ୍ଣ ସେନାପତି,ସଂଜୟ ଚଣ୍ଡରାୟ,ସତ୍ୟରଂଜନ ମହାରଣା,ପରେଶ ମହାରଣାଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ । ଉକ୍ତ ସ୍ଥାନରେ ଭଜନ ଗାନ ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।