Odiapua.com

ମା ବରାହୀ ଡିଫେନ୍‌ସ ଗ୍ରୁପ ପକ୍ଷରୁ ସ୍ୱାଧିନତା ଦିବସ ପାଳିତ

ହାଟଡ଼ିହି, ୧୫ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବଞ୍ଚୋ ପଞ୍ଚାର ମା ବରାହୀ ଡିଫେନ୍ସ ଗ୍ରୁପ ପକ୍ଷରୁ ୭୫ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ସୁଶାନ୍ତ କୁମାର ବିଶ୍ୱାଳ ଜାତୀୟ ପତାକା ଉତ୍ତୋଳନ କରି ଯୁବକମାନେ ପଥଭ୍ରଷ୍ଟ ନହୋଇ ଉଚିତ ମାର୍ଗରେ ଯାଇ ସମାଜ ଗଠନରେ ସହାୟକ ହେବାସହ ଉଚିତ ମାର୍ଗରେ ଗଲେ ସୁନ୍ଦର ଗାଁ ଗଠିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଆଶିଷ ପଟ୍ଟନାୟକ, ସୁଧନ କୁମାର ବରାଳ, ମାନସ ରାଉତ, ବାପୁ ସାହୁ, ଚିନୁ ଯେନା, ରମ୍ୟ ପରିଡା, ଶିଶିର ଘଡେଇ, ସିପୁନୁ ବେହେରା, ଶ୍ୟାମ ସୁନ୍ଦର ରାଉତ, ଭବାନୀ ଧଳ, ସରୋଜ ରାଉତ, ଶ୍ରୀହରି ନାୟକ, ରାମ ରାଉତ, ସୂର୍ଯ୍ୟକାନ୍ତ ଜେନା, ବିଶ୍ୱଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।