ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଂଚଳ ୱାର୍ଡ ନମ୍ବର ୧୫ କୁଆଁସ ଗ୍ରାମରେ ଗଢ଼ିଉଠିଥିବା ଭଦ୍ରକ ଜିଲ୍ଲାର ସୁନାମଧନ୍ୟ ସାମାଜିକ ସଙ୍ଗଠନ “ନୀଳ ସରସ୍ୱତୀ ହେଲ୍ପ ଲାଇନ” ପରିବାର ଦ୍ୱାରା ଆୟୋଜିତ ପବିତ୍ର ମା’ ନୀଳ ସରସ୍ୱତୀ ପୂଜା ଉତ୍ସବ ଅତ୍ୟନ୍ତ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଶୁଭ ଅବସରରେ ମା’ଙ୍କ ଦର୍ଶନ କରି ଅଂଚଳବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳମୟ ଜୀବନ କାମନା କରିଛନ୍ତି ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରଘୁନାଥ ପଣ୍ଡା, ନରହରୀ ଜେନା, ଯୁବନେତା ହେମନ୍ତ ନାୟକ, ବିକାଶ ଶ୍ରେଷ୍ଠା, ତାପସ ଦାସ ଙ୍କ ସହ ପୂଜା କମିଟିର କର୍ମକର୍ତା ଓ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ।