Odiapua.com

ମା ଧାମରାଇ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବ କମିଟିର ପ୍ରସ୍ତୁତି ବୈଠକ

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ବୋଇତ ବନ୍ଦାଣ ଉତ୍ସବକୁ ସରସ ସୁନ୍ଦର ଭାବେ ପାଳନ କରିବା ପାଇଁ ଧାମରାରେ ଥିବା ମା ଧାମରାଇ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ମା ଧାମରାଇ ମଣ୍ଡଳର ସଭାପତି ଦେବେନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ହୋଇଥିବା ବୈଠକରେ ଉତ୍ସବ କମିଟିର ସଭାପତି ପ୍ରମୋଦ ନାୟକ ,ସରୋଜ କୁମାର ଲେଙ୍କା, ତ୍ରିଦିବେଶ ପ୍ରଧାନ କାହ୍ନୁ ବେହେରା, ଉପେନ୍ଦ୍ର ରାଉଳ, ସ୍ୱଦେଶ ପଣ୍ଡା, ପ୍ର‘ୁଲ ନାୟକ, ଦୈତାରୀ ବେହେରା, ପ୍ରଦ୍ୱୀପ ନାୟକ,ବାପୁଜୀ ମାଝୀ, ଅଶୋକ ମହାନ୍ତି, ଚିନ୍ତାମଣି ଭଳ, ରମାକାନ୍ତ ମଲିକ, ସେକ ଅବଦୁଲ ପ୍ରମୁଖ ଯୋଗ ଦେଇଥିଲେ । ଏହି କମିଟି ତାର ୮ମ ବର୍ଷରେ ପଦାର୍ପଣ କରିଥିବା ବେଳେ ଚଳିତ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ, ଭୂବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ନୀଳଗିରି ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି ଉତ୍ସବରେ ଯୋଗ ଦେବା ପାଇଁ ସ୍ତିର ନିର୍ଘଂଟ ହୋଇଛି । ଏହି ଉପଲକ୍ଷେ ହୋଇଥିବା ବୈଠକ ଧାମରାଇ ମନ୍ଦିର କମିଟିର ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ବୋଇତ ବନ୍ଦାଣ ପାଇଁ ଏକ ୯ଜଣିଆ କୋର କମିଟି ଗଠନ ହୋଇଥିବା ବେଳେ ଏହି କମିଟିରେ ଚାନ୍ଦବାଲି ଏବଂ ଧାମରା ଅଂଚଳର ବହୁ ବୁଦ୍ଧିଜିବୀ ଙ୍କୁ ନେଇ ଗଠନ କରାଯାଇଛି ।