Odiapua.com

ମା ତାରିଣୀ ଫୁଟବଲ ଟୁର୍ଣ୍ଣାମେଂଟ;ଧର୍ମଶାଳା ଓ କେଉଁଝର ଫାଇନାଲରେ

ଯାଜପୁର୨୫ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ପାଣିକୋଇଲି ମା ତାରିଣୀ ଫୁଟବଲ ଆସୁସିଏସନ ପକ୍ଷରୁ କଲେଜ ଖେଳ ପଡିଆରେ ତ୍ରୀଦିବସୀୟ ୧୯ତମ ଫୁଟବଲ ଟୁର୍ଣ୍ଣାମେଂଟ ୨ୟ ଦିନରେ କେଉଁଝର ବନାମ ଆଳି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । । କେଉଁଝର ଟସ ଜିତି ଖେଳ ଆରମ୍ଭ କରିଥିବା ବେଳେ ୪-୦ ଗୋଲରେ ଆଳିକୁ ହରାଇ କେଉଁଝର ବିଜୟୀ ହୋଇ ଫାଇନାଲକୁ ଉନ୍ନୀତ ହୋଇଛି । ଏହି ଟୁର୍ଣ୍ଣାମେଂଟର ଉଦ୍ ଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ସମାଜସେବୀ ମଧୁସୂଦନ ସାହୁ, ରବିନାରାୟଣ ପଣ୍ଡା, ପଡିଆ ସୁରକ୍ଷା ମଂଚ ଆବାହକ ରଘୁନାଥ ମାଝୀ ପ୍ରମୁଖ ଯୋଗଦେଇଥିଲେ ।

 

ଜିତେନ୍ଦ୍ର ପ୍ରସାଦ ବାରିକ, ମନୋରଂଜନ ବାରିକ ଓ ମାନସ କୁମାର ବିଶ୍ୱାଳ ମ୍ୟାଚ ପରିଚାଳନା କରିଥିବା ବେଳେ ଭାଷ୍ୟକାର ଭାବେ ଆନନ୍ଦ କୁମାର ରଣା ଓ ଅଜୟ ଧଳ, ସ୍କୋରର ଭାବେ ଶ୍ରୀମନ୍ତ ରାୟ ଯୋଗଦାନ କରିଥିଲେ । ଅନୁଷ୍ଠାନର ସଭାପତି ଡା. ସୁରେଶ ପଣ୍ଡା, ସମ୍ପାଦକ ନରେନ୍ଦ୍ର ଦାସ,ଅବଦୁଲ ସୟଦ ଖାଁ, ଟିକନ ଦାସ, ବାରିଜ ନୟନ ଦାସ, ଜିତେନ୍ଦ୍ର ବେହେରା, ଆନନ୍ଦ ମହାକୁଡ, ବିରଂଚି ନାରାୟଣ ପରିଡା, ଜଗବନ୍ଧୁ କବି, ସୌଭାଗ୍ୟ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।