Odiapua.com

ମା ତାରିଣୀ କ୍ରକେଟ୍ କପ୍ ଉଦ୍‌ଯାପିତ… ବେଣା ଏକାଦଶକୁ ହରାଇ ତେଲକୋଇ ଗ୍ଲୋବାଲ୍ ଚମ୍ପିଆନ୍

ତେଲକୋଇ, ୨୭ଡିସେମ୍ବର(ଓଡିଆ ପୁଅ/ଅକ୍ଷୟ ପ୍ରଧାନ)ତେଲକୋଇ ବ୍ଲକ ପୋଡାଙ୍ଗ ଗ୍ରାମରେ ମା ତାରିଣୀ କ୍ରୀକେଟ୍ କ୍ଲବ ଆନୁକୁଲ୍ୟରେ ଚାଲିଥିବା ଚତୁର୍ଥ ବାର୍ଷିକ କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ଆଜି ଉଦ୍‌ଯାପିତ ହୋଇଯାଇଛି। ୨୦ ତାରିଖରୁ ଅନୁଷ୍ଠିତ ହୋଇଥିବା ଏହି ଟୁର୍ଣ୍ଣାମେଂଟ୍ ରେ ୧୬ଟି ଦଳ ଭାଗନେଇଥିଲେ। ଆଜି ଉଦ୍‌ଯାପନି ଦିବସରେ ତେଲକୋଇ ଗ୍ଲୋବାଲ୍ କ୍ରିକେଟ୍ କ୍ଲକ ଓ ବେଣା ଏକାଦଶ କ୍ରିକେଟ କ୍ଲବ ମଧ୍ୟରେ ଅନ୍ତିମ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ବେଣା ଏକାଦଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତିନେଇ ନିର୍ଦ୍ଧାରିତ ୧୫ଉଭର ପୂର୍ବରୁ (୧୩ ଉଭର)ରେ ସମସ୍ତ ଓଇକେଟ୍ ହରାଇ ୭୪ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ୭୫ରନର ବିଜୟ ଲକ୍ଷ ରଖି ତେଲକୋଇ ଗ୍ଲୋବାଲ୍ କ୍ରିକେଟ୍ କ୍ଲବ ୭ଉଭର ମଧ୍ୟରେ ଗୋଟିଏ ଉଇକେଟ୍ ହରାଇ ଚମ୍ପିଆନ୍ ଟ୍ରଫିକୁ ଅକ୍ତିଆର କରିନେଇଥିଲା। ମୁଖ୍ୟ ଅତିଥୀ ଭାବେ ସ୍ଥାନୀୟ ପୂର୍ବତନ ବିଧାୟକ ଶ୍ରୀମାନ୍ ବେଦବ୍ୟାସ ନାୟକ, ସମ୍ମାନୀତ ଅତିଥୀ ଭାବେ ତେଲକୋଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଦିଲ୍ଲୀପ୍ କୁମାର ବାରା, ସ୍ଥାନୀୟ ସମିତି ସଭ୍ୟ ପ୍ରଭାକର ନାୟକ ପ୍ରମୂଖ ଯୋଗଦେଇ ବିଜୟୀ ଓ ଉପ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିବା ସହିତ ୧୨ହଜାର ଓ ୮ହାଜର ଟଙ୍କାର ପୁରଷ୍କାର ରାଶି ପ୍ରଦାନ କରିଥିଲେ। ବେଣା ଏକାଦଶର ସୈାଭାଗ୍ୟ କୁମାର ମ୍ୟାନ୍ ଅଫ୍‌ଦି ସିରିଜ୍ ବିବେଚିତ ହୋଇଥିବାବେଳେ ତେଲକୋଇ ଗ୍ଲୋବାଲ କ୍ରିକେଟ୍ କ୍ଲବର ସୁନିଲ୍ କୁମାର ମ୍ୟାନ୍ ଅଫ୍‌ଦି ମ୍ୟାଚ୍ ଟାଇଟଲ୍ ଅକ୍ତିଆର କରିଥିଲେ। ତମାମ ଖଳେକୁ ସୁଭେନ୍ଦୁ କୁମାର ସାହୁ, ଦେବାଶିସ୍ ପ୍ରଧାନ ଓ ଶୁସିଲ୍ କୁମାର ଅମ୍ପାୟାର୍ ରହି ସୂଚାରୁ ରୂପେ ନିର୍ଣ୍ଣାୟକ ଡିସିଶନ୍ ଦେଇ ଟୁର୍ଣ୍ଣାମେଂଟ୍‌କୁ ସମ୍ପାଦନ କରିଥିଲେ। ଏହି ଟୁର୍ଣ୍ଣାମେଂଟ କୁ କ୍ଲବର ସଦଶ୍ୟ ଶକ୍ତିରଂଜନ ସାହୁ, ଗ୍ୟାନ ରଂଜନ ସାହୁ, ସୁଭେନ୍ଦୁ ସେଖର ସାହୁ, ଚିନ୍ତାମଣୀ ମହାପାତ୍ର, ଶଙ୍କର ମହାପାତ୍ର, ସଦାନନ୍ଦ ସ୍ୱାଇଁ, ବୁବୁଲ୍ କୁମାର ନାହାକ, ଯୁଧୁଷ୍ଟିର ମହାନ୍ତ ପ୍ରମୁଖ ଆୟୋଜିତ କରିଥିଲେ।