Odiapua.com

ମା’ ତାରିଣୀଙ୍କ ୩ୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ଦାଳ-ମଢ଼ିଆଳି ପଂଚାୟତର ଖପୁରିଆପଦା ଠାରେ ଥିବା ମା’ତାରିଣୀ ମନ୍ଦିରର ତୃତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି।ବୈତରଣୀ ନଦୀରୁ ଘଟ ଉତୋଳନ ସହ ସୂର୍ଯ୍ୟ ପୂଜା ଓ ଅନ୍ୟାନ୍ୟ ପୂଜା କାର୍ଯ୍ୟକ୍ରମ ବିଧି ଅନୁସାରେ ଅନୁଷ୍ଠିତ ହୋଇଥିଲା।ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା।ବ୍ରଜ କିଶୋର ପତି ଓ ଅନ୍ୟ ମାନେ ପୂଜାର୍ଚ୍ଚନା ଓ ଯଜ୍ଞ କରିଥିଲେ।ପରେ ସାମୁହିକ ପ୍ରସାଦ ସେବନ ବ୍ୟବସ୍ଥାରେ ସ୍ଥାନୀୟ ଅଂଚଳର ବିଭିନ୍ନ ଗ୍ରାମର ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ।