Odiapua.com

ମା ତାରିଣୀଙ୍କ ମନ୍ଦିରରେ ନାମଯଜ୍ଞର ପୂର୍ଣ୍ଣାହୁତି

ଯାଜପୁର ୧୩ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ମା ତାରିଣୀଙ୍କ ମନ୍ଦିରରେ ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ଚାଲିଥିବା ୩୬ତମ ବାର୍ଷିକ ଶ୍ରୀ ରାମ ଚରିତ ମାନସ ଓ ଅଷ୍ଟପ୍ରହରୀ ନାମଯଜ୍ଞର ମଙ୍ଗଳବାର ପୁର୍ଣାହୁତି ହୋଇଛି । ଦୈନିକ ମଙ୍ଗଳ ଆରତୀ, ରାମ ଚରିତ ମାନସ ପାରାୟଣ ଚାଲିଥିବା ବେଳେ ବ୍ୟାସଭାବେ ରବିନାରାୟଣ ମିଶ୍ର ଓ ଧାରକ ମଣ୍ଡଳୀ, ପୂଜକ ସୂର୍ଯ୍ୟମଣି ପଣ୍ଡା ରହିଛନ୍ତି । ପ୍ରତ୍ୟେହ ସନ୍ଧ୍ୟାରେ ପ୍ରବଚନ ପଣ୍ଡିତ ବସନ୍ତ ନାୟକ, ମୃତୁୃଂଜୟ ଚୌଧୁରୀ, ଡା. ସୂର୍ଯ୍ୟମଣି ଖୁଂଟିଆ, ଅଶୋକ ପ୍ରଧାନ, ପ୍ରଫୁଲ୍ଲ ମିଶ୍ରଙ୍କ ଦ୍ୱାରା ଚାଲୁ ରହିଛି । ମଙ୍ଗଳବାର ଦିନ ଅଷ୍ଟପ୍ରହରୀ ନାମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ସଂଧ୍ୟାରେ ନାମ ସଂକୀର୍ତନରେ ଆଠଟି ଦଳ ଭାଗ ନେଇଥିଲେ ।ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିରର ପୁଜକ ସୁର୍ଯ୍ୟମଣୀ ପଣ୍ଡା ଓ ପରିଚାଳନା କମିଟିର କର୍ମକର୍ତା ନିର୍ମଳ ମଲ୍ଲିକ,ଘନଶ୍ୟାମ ପଣ୍ଡା,ଅଭୟ କୁମାର ମଳ୍ଲିକ,ଅଦୈତ୍ୟ ଚରଣ ଦାଶ, ରାଧେଶ୍ୟାମ ସାହୁ, ମଧୁସୂଦନ ସାହୁ, ସୋମନାଥ ନାୟକ,ଶ୍ୟାମ ସୁନ୍ଦର ସାମଲ, ଶ୍ରୀଧର ଦାସ, ପୀତବାସ ବେହେରା, ରଘୁନାଥ ମାଝୀ,ଗଙ୍ଗାଧର ସାହୁ, ନିରଞନ ରାଉତ, ନିମାଇଁ ମଲ୍ଲିକ, ବୃନ୍ଦାବନ ମହାକୁଡ଼, ଅନିରୁଦ୍ଧ ସ୍ୱାଇଁ, ଦିଲ୍ଲୀପ ନାୟକ, ବାବାଜି ଚରଣ ସାହୁ, ନଟବର ଦଳେଇ, ବନମାଳୀ ମହାରଣା, ପଂଚାନନ ସାହୁ,କାର୍ତିକ ଚନ୍ଦ୍ର ମଲ୍ଲିକ, ଶ୍ୟାମସୁନ୍ଦର ସାମଲ, ବାବଜୀ କବି, ଗଦାଧର ପରିଡ଼ା, ମାୟାଧର ସାହୁ, କପିଳେଶ୍ୱର ରଣା, ଅକ୍ଷୟ ସାହୁ, ଅମର ଆଇଚ, ବିଜନ ଧଳ, ସରୋଜ ପଣ୍ଡା, ଜ୍ୟୋତି ପ୍ରକାଶ ମଲ୍ଲିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।