Odiapua.com

ମା ଘର ଶାନ୍ତୀସେନାର ବାର୍ଷିକ ଉତ୍ସବ ଅବସରରେ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ

ମାଲକାନଗିରି,୮ା୯ (ଓଡିଆ ପୁଅ )ମାଲକାନଗିରି ମା ଘର ଶାନ୍ତିସେନା ର ବାର୍ଷିକ ଉତ୍ସବ ଅବସରରେ ଜିଲ୍ଲାର କରୋନା ସଂକ୍ରମଣ ରୋକିବା ଦିଗରେ ନିଜଜୀବନକୁ ବାଜିଲଗାଇ ଜନସଚେତନତା କରୁଥିବା ବ୍ୟକ୍ତିବିଶେଷ ମାନଙ୍କୁ କରୋନା ଯୋଦ୍ଧାଭାବେ ସମ୍ମାନିତ କରାଯାଇଛି । ସ୍ଥାନୀୟ ଗାନ୍ଧିନଗରସ୍ଥ ମା ଘର ଶାନ୍ତିସେନା ମୁଖ୍ୟକାର୍ଯ୍ୟାଳୟ ପରିସରରେ କୋଭିଡ୧୯ ନିୟମ ପାଳନ କରି ମାସ୍କପରିଧାନ ସହିତ ସାମାଜିକ ଦୂରତା ରକ୍ଷାକରି ମା ଘର ଶାନ୍ତି ସେନା ସଭାନେତ୍ରୀ ପ୍ରଶାନ୍ତିଲତା ବିଷୋୟୀଙ୍କ ଅଧ୍ୟକ୍ଷତାରେ ନିରାଡମ୍ବରରେ ବାର୍ଷିକ ଅତ୍ସବ ପାଳିତ ହୋଇଯାଇଛି । ଆୟୋଜିତ ମା ଘର ଶାନ୍ତି ସେନା ର ଷଷ୍ଠବାର୍ଷିକ ଉତ୍ସବ ଅବସର ରେ ଅନୁଷ୍ଟିତ ସଭାରେ ମୁଖ୍ୟଅତିଥି ଭାବେ ପୁବ ର୍ତନ ଉପଜିଲ୍ଲାପାଳ ରଥିକୃଷ୍ଣ ପାତ୍ର,ସମ୍ମାନିତ ଅତିଥି ଭାବେ ଜିଲ୍ଲାସ୍ୱତନ୍ତ୍ର ଉନ୍ନୟନ ବିକାଶପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ,ମାଲକାନଗିରି ତହସିଲଦାର ଡ, ଗୁଣିନିଧି ନାୟକ,ପୁବ ର୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ସାମ୍ବାଦିକ ରତ୍ନାକରଦାଶ,କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ, ସମାଜସେବୀ ପ୍ରଭାକର ହନ୍ତାଳ,କେଶବ ନାୟକ ପ୍ରମୁଖ ଯୋଗଦେଇ ସମାଜରେ କୁସଂସ୍କାର,ଅନ୍ଧବିଶ୍ୱସା, ଭୁଣହତ୍ୟା,ବାଲ୍ୟବିବାହ, ନାରୀ ନିର୍ଯ୍ୟାତନା,ଦୁସ୍କର୍ମ ଭଳି ଅପରାଧକୁ ମାଲକାନଗିରି ର ମା ଘର ଶାନ୍ତୀସେନା ର ମହିଳା ମାନେ ରୋକିବା ଦିଗରେ ସକ୍ଷମ ହୋଇପାରିଛନ୍ତି, ନାରୀ ଘରର ଶିରୀ,ନାରୀ ଜାଗିଲେ ଦେଶ ଜାଗିବ, ନାରୀ ପୁରୁଷ ସହସମକକ୍ଷ ହୋଇପାରିଛି,ମା ଘର ନାରୀ ସଂଗଠନ ନୁହେଁ ଏହା ଏକ ଆନ୍ଦୋଳନ,ବୋଲି କହିବାସହିତ ଆଗାମି ଦିନରେ ଜିଲ୍ଲାକୁ ନିଶାମୁକ୍ତ ଓ ହିଂସାମୁକ୍ତ କରିବା ପାଇଁ ଅଟାଂଭିଢିଥିବା ମା ଘର ମହିଳା ମାନଙ୍କୁ ମଚାଂଶିନ ଅତିଥି ମାନେ ଭୂୟସୀ ପ୍ରସଶାଂ କରିଥିଲେ । ସବ ର୍ପ୍ରଥମେ ମା ଘର ଶାନ୍ତିସେନାର ସଂପାଦିକା ଦୁଲାଲି ଥଣ୍ଡର ସମ୍ପାଦକୀୟ ବିବରଣୀ ପାଠକରି ଥିବା ବେଳେ ଉପଦେଷ୍ଟା ସମାଜସେବୀ ସବ ର୍କୁମାର ବିଶୋୟୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ସଭା ପ୍ରାରମ୍ଭରେ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ଫଟୋଚିତ୍ରରେ ଅତିଥି ମାନେ ପୁସ୍ପମାଲ୍ୟଅର୍ପଣ ସହ ପ୍ରଦୀପ ପ୍ରଜ୍ୱଳ କରିଥିଲେ । ଏହି ବାର୍ଷିକ ଉତ୍ସବ ଅବସରରେ ମା ଘର ଶାନ୍ତି ସେନା ପକ୍ଷରୁ ପୁବ ର୍ତନ ବିଧାୟକ ମାନସ ମାଡକାମୀ,ବରିଷ୍ଠ ସାମ୍ବାଦିକ ରତ୍ନାକରଦାଶ,ମାଥିଲି ବିଡିଓ ଆଶିସ କୁମାର ଭୂୟାଁ,ମାଲକାନଗିରି ତହସିଲଦାର ଡ.ଗୁଣିନିଧି ନାୟକ,କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ, ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ, ମହିଳା ସବଇନିସ୍ପେକ୍ଟର ଶୁଭଶ୍ରୀ ନାୟକ, ସମାଜସେବୀ ପ୍ରଭାକର ହନ୍ତାଳ,କେଶବ ନାୟ,ଜିଲ୍ଲାଶିଶୁ ମଙ୍ଗଳ କମିଟି ସଭ୍ୟା ଚୁମୁକି ବେହେରା, ପୌରପରିଷଦ କନିଷ୍ଟ ଯନ୍ତ୍ରୀ ଲିଙ୍ଗରାଜ ପାଳ,ଜି.ଶ୍ରିନାବାଶ ରାଓ,କେ. ଦେଶିରାଜୁ ଆଚାରୀ,ମହିଳା କନେଷ୍ଟବଳ ନମିତା ରାଣି ଶତପଥି ଓ ଅନ୍ୟମାନଙ୍କୁ ମୁଖ୍ୟଅତିଥି ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ମା ଘର ମହିଳା ମାନେ ସମ୍ମାନିତ କରୋନା ଯୋଦ୍ଧାମାନଙ୍କୁ ଏକ ରାଜକୀୟ ସିିଂହାସନରେ ବସାଇ ଫୁଲ ଚନ୍ଦନ ଦେଇ ବନ୍ଦାପନାକରି ଥିଲେ । ଶେଷରେ ମା ଘାର ଶାନ୍ତି ସେନାର କୋଷାଦକ୍ଷା ଲକ୍ଷ୍ମୀ ଦେବନାଥ  ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମା ଘର ଖଶାନ୍ତି ସେନା ପକ୍ଷରୁ ଗରିବଙ୍କୁ ସୁଖିଲା ଖାଦ୍ୟପୁଡିଆ ବଟଂନ କରାଯାଇଥିଲା ।