Odiapua.com

ମା ଘଣ୍ଟାଶୁଣୀଙ୍କ ପୀଠରେ ବଳୀ ପ୍ରଥା ବନ୍ଦ ପାଇଁ ବ୍ୟାପକ ସଚେତନତା

ବଲାଙ୍ଗୀର ୧୪-୧୦ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସ୍ଥିତ ପ୍ରସିଦ୍ଧ ମା ଘଣ୍ଟାଶୁଣୀଙ୍କ ପୀଠରେ ପ୍ରତି ବର୍ଷ ଦଶହରା ନବମୀ ତିଥିରେ ଶହ, ଶହ ପଶୁ, ପକ୍ଷୀଙ୍କୁ ବଳି ନାମରେ ହତ୍ୟା କରାଯାଇଆସୁଛି। ତେବେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏପରି ଜୀବ ହତ୍ୟା କରିବା ନେଇ ଜୀବୋଦୟା ନାମକ ସ୍ବେଛାସେବୀ ଅନୁଷ୍ଠାନ ବ୍ୟାପକ ସଚେତନତା ସୃଷ୍ଟି କରୁଛି। ଆଖ, ପାଖ ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କୁ ନେଇ ସଭା ବା ବୈଠକ କରିବା ସହ ପୋଷ୍ଟର ଆଦିରେ ବଳି ନ ଦେବା ଓ ମାନସିକ ନ କରିବା ତଥା ଫୁଲ ,ଧୂପ ,ଦୀପରେ ପୂଜା ପାଇଁ ପ୍ରଚାର କରାଯାଉଛି। ସ୍ଥାନୀୟ ଟିଟିଲାଗଡ ଥାନାକୁ ଘଣ୍ଟାଶୁଣୀ ମନ୍ଦିରରୁ ଦେବତା ବା ବରୁଆ ଯାଇଥାନ୍ତି ଓ ସେଠି ବଳୀ ଦିଅl ଯାଉଥିବା ବେଳେ ତାହା ବନ୍ଦ ହୋଇପାରିଛି। ତେବେ ଚଳିତ ବର୍ଷ ଏହି ମନ୍ଦିରରେ ବଳୀ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ମାନସିକ ଧାରି ମନ୍ଦିର ପରିସର ଜୀବନ୍ତ ଛାଡ଼ି ଦେବାକୁ ଅନୁରୋଧ କରୁଛନ୍ତି। ସଭ୍ୟ ସମାଜରେ ଏହି ବଳୀ ଆଇନ ଅନୁଯାଇ ଦଣ୍ଡନୀୟ ଅପରାଧ ହୋଇ ଥିବା ବେଳେ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଜିବୋଦୟା ଅନୁଷ୍ଠାନ ଲିଖିତ ଆବେଦନ କରିଥିବା ଅନୁଷ୍ଠାନ ତରଫରୁ ଦାବି ପ୍ରକାଶ ପାଇଛି।