Odiapua.com

ମା’ ଖିଲାମୁଣ୍ଡା ପୂଜା ପାଉଛନ୍ତି ରଣପୁର ରାଜବାଟୀରେ

ନୟାଗଡ଼ ୨୧/୦୯ (ଓଡ଼ିଆ ପୁଅ /ଦେବୀ ପ୍ରସାଦ ଆଚାର୍ଯ୍ୟ) – ଶାରଦୀୟ ଶୋଡ଼ଷ ପୂଜା ଅବସରରେ ରଣପୁର ରାଜବାଟୀରେ ପୂଜା ପାଉଛନ୍ତି ରଣପୁର ଅଂଚଳ ର ଆରାଧ୍ୟ ଦେବୀ ମା ଖିଲାମୁଣ୍ଡା। ବେଣୁ ବଂଶୀୟ ରାଜା ନାରାୟଣ ନରେନ୍ଦ୍ରଙ୍କ ସମୟରୁ ପ୍ରତିବର୍ଷ ଘଞ୍ଚ ଜଙ୍ଗଲ ସାନମାଳ ରାଆଁଳା ନିକଟରେ ଥିବା ଖିଲାମୁଣ୍ଡା ଷୋଳପୂଜା ପାଇଁ ରାଜବାଟୀକୁ ଆସିଥାନ୍ତି। ତାଙ୍କ ସହ ରାଜବାଟୀରେ ଥିବା ଦୁର୍ଗା, କନକ ଦୁର୍ଗା ଓ ମା ମଣିନାଗ ମଧ୍ୟ ପୂଜା ପାଇଥାନ୍ତି।

ଅମାବାସ୍ୟା ଠାରୁ ମା’ ନାରାୟଣୀ ଆସି ପୂଜା ପାଇଥାନ୍ତି। ନୀତିକାନ୍ତୀର ସହ ଏହି ପୂଜା ଅନୁଷ୍ଠିତ ହୋଇଥାଏ। ସଂନ୍ଧ୍ୟା ଆଳତୀ ସମୟରେ ଶ୍ରଦ୍ଧାଳୁ ଭକ୍ତ ମାନେ ରାଜବାଟୀକୁ ଯାଇ ମା’ ଙ୍କୁ ଦର୍ଶନ କରି କରୁଣା ଲାଭ କରିଥାନ୍ତି। ଚଳିତ ବର୍ଷ ଯୁବରାଜ କୌଶିକ ଚନ୍ଦ୍ର ସିଂଦେଓ ନିଜେ ଉପସ୍ଥିତ ରହି ପ୍ରତ୍ୟକ୍ଷ ତତ୍ୱାବଧାନରେ ପିତୃ ପୁରୁଷଙ୍କର ତଥା ରଣପୁର ଗଡ଼ଜାତ ଅଂଚଳର ଆରାଧ୍ୟ ଦେବୀ ମା ଖିଲାମୁଣ୍ଡାଙ୍କ ପୂଜାର୍ଚ୍ଚନା ଚାଲିଛି।