Odiapua.com

ମା ଖପରମଲ୍ଲୀ ସପ୍ତମ କ୍ରିକେଟ ଉଦ୍‌ଯାପିତ

ଢେଙ୍କାନାଳ ୨୧-୧ (ଓଡ଼ିଆ ପୁଅ/ଉଦୟଭାନୁ ସାହୁ) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ସଦର ମା ଖପରମଲ୍ଲୀ ଦଶହରା ପଡିଆରେ ୭ମ ମା ଖପରମଲ୍ଲୀ କ୍ରିକେଟ ଟୁର୍ଣ୍ଣାମେଟ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ ହିନ୍ଦୋଳ ରାଧାନାଥପୁର ଓ ତଂଟିଚିରା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍‌ରେ ତଂଟିଚିରା ଦଳ ବିଜୟୀ ହୋଇ ଚମ୍ପିଆନ ହୋଇଥିଲା।

ତଂଟିଚିରା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୮ ୱିକେଟ୍ ହରାଇ ୧୫୧ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ରାଧାନାଥପୁର ଦଳ ୧୪ ଓଭର ଚାଲୁଥିବା ସମୟରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୦୨ ରନ୍ ସଂଗ୍ରହ କରି ପରାସ୍ତ ହୋଇ ରନର୍ସଅପ୍ ହୋଇଥିଲା।

ଏହି ଉଦ୍‌ଯାପନି ଉତ୍ସବରେ ହିନ୍ଦୋଳ ବିଞ୍ଜାପିତ ଅଂଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ରିନା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ମାତ୍ର କାଉନସିଲର ଶ୍ରୀ ପ୍ରଦ୍ୟୁମ୍ନ ବେହେରା, ପୁର୍ବତନ କାଉନସିଲର ଶ୍ରୀ କବି ଦେହୁରୀ ପ୍ରମୁଖ ଯୋଗଦାନ କରିଥିଲେ।

ଏହି ଖେଳରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବରେ ତଂଟିଚିରା ଦଳର ସନ୍ଦିପ, ମ୍ୟାନ୍ ଅଫ୍ ଦି ସରିଜ ଭାବରେ ରାଧାନାଥପୁରର ସିପୁନ ପଲେଇ, ବେଷ୍ଟ ଭଲାଂଟିଅର ଭାବରେ ପିନୁ ମିଶ୍ର, ଫେୟାର ଅଫ୍ ଦି ଇୟର ଭାବରେ ଶ୍ୟାମ ସୁନ୍ଦର ମିଶ୍ରଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ।