Odiapua.com

ମା’ କାଳିତ୍ରା ପୀଠ ପୂଜାରିଣୀଙ୍କ ଏକାଦଶାହ ସ୍ମୃତସଭା

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବହୁଦରଡ଼ା ଜାତୀୟ ରାଜପଥ ସନ୍ନିକଟ ମା’ କାଳିତ୍ରୀ ପୀଠର ବର୍ଷିୟାନ ପୂଜାରିଣୀ (ପୂଜକ) କମଳା ସାମଲଙ୍କ ଏକାଦଶାହ ସ୍ମୃତିସଭା ଆଜି ପୀଠ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ଯୋଗ ଦେଇ ଶ୍ରୀମତୀ ସାମଲଙ୍କ ସ୍ମୃତିଚାରଣ କରିବା ସହିତ ସେ ଜଣେ ପରମ ସାଧିକା, ଆଧ୍ୟାତ୍ମବାଦୀ ଏବଂ ମିଷ୍ଟଭାଷିଣୀ ମହିଳା ଥିଲେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ବିଧାୟକଙ୍କ ସହ ଭଦ୍ରକ ବ୍ଲକ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ଯୁବନେତା ପ୍ରବୀର ଜେନା, ଅନିରୁଦ୍ଧ ଜେନା, ମାନସ ସାମଲ, ମାୟାଧର ସାମଲ, ପୂର୍ଣ୍ଣଚନ୍ଦ୍ର ସାହୁ, ବିକାଶ ସାମଲ, ଅରୁଣ ବାରିକ, ରମାକାନ୍ତ ପଣ୍ଡା, ରାଜୁ ସେଠୀ ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ ।