Odiapua.com

ମାୟାବତୀ ଲଢ଼ିବେ ନାହିଁ ବିଧାନସଭା ନିର୍ବାଚନ

ନୂଆ ଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) ବହୁଜନ ସମାଜବାଦୀ ପାର୍ଟି ନେତା ତଥା ସାଂସଦ ସତୀଶ ଚନ୍ଦ୍ର ମିଶ୍ର କହିଛନ୍ତି ଯେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ।

ନ୍ୟୁଜ୍ ଏଜେନ୍ସି ANI ସହିତ ବାର୍ତ୍ତାଳାପରେ ସେ କହିଛନ୍ତି ଯେ, ମାୟାବତୀ ୨୦୨୨ ବିଧାନସଭା ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ। ଏବଂ ସେ ଏହା ମଧ୍ୟ କହିଛନ୍ତିଯେ, ବିଜେପି କିମ୍ବା ସମାଜବାଦୀ ପାର୍ଟି କ୍ଷମତାକୁ ଆସିବ ନାହିଁ। ନିର୍ବାଚନ ପରେ ବହୁଜନ ସମାଜ ପାର୍ଟି ଗଠନ କରିବ ସରକାର।

ଏହା ବ୍ୟତୀତ ସମାଜବାଦୀ ପାର୍ଟିକୁ କଟାକ୍ଷ କରି କହିଛନ୍ତିଯେ, ସମାଜବାଦୀ ପାର୍ଟି ୪୦୦ ଟି ଆସନରେ ନିର୍ବାଚନ ଲଢ଼ୁ ନାହିଁ, ତେବେ କିପରି ୪୦୦ ଆସନ ଜିତିବ।

ସୂଚନାଯୋଗ୍ୟଯେ, ଫେବୃଆରୀ ୧୦ ରୁ ଉତ୍ତରପ୍ରଦେଶରେ ୭ ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୦ ରେ ଭୋଟ ଗଣତି ହେବ।