Odiapua.com

ମାୟାନିଦ୍ରା ଫାଉଣ୍ଡେସନ ତରଫରୁ ନିଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅଧୀନସ୍ଥ ମଧୁସୂଦନପୁର ଗ୍ରାମରେ ମାୟାନିଦ୍ରା ଫାଉଣ୍ଡେସନ ତରଫରୁ ନିଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପ୍ରାୟ ଶତାଧିକ ରୋଗୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବିନା ମୂଲ୍ୟରେ ରକ୍ତ ପରୀକ୍ଷା, ଔଷଧ ତଥା ପରାମର୍ଶ ଲାଭ କରିଥିଲେ । ଏହି ଶିବିରରେ ଡାକ୍ତର ଶ୍ରୀକାନ୍ତ ବାରିକ, ସୌଦାମିନୀ ଧଳ ଯୋଗଦେଇ ରୋଗୀ ଚିକିତ୍ସା କରିବା ସହ ଡେଙ୍ଗୁ, ମ୍ୟାଲେରିଆ, ସୁସ୍ୱାସ୍ଥ୍ୟକର ତଥା ସୁପାଚକ ଖାଦ୍ୟ ଗ୍ରହଣ, ଶିଶୁ ପୃଷ୍ଟିହୀନତା, ଗର୍ଭବତୀ ମହିଳା ତଥା ନବଜାତ ଶିଶୁ ଓ ମା’ର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ଦିଗ ପ୍ରତି ରୋଗୀମାନଙ୍କ ସହିତ ଆଲୋଚନା କରି ଗଠନ ମୂଳକ ପରାମର୍ଶ ପ୍ରଦାନ କରିଥିଲେ । ଏହି ଶିବିରକୁ ଡାକ୍ତର ସୁଦର୍ଶନ ବାରିକ, ବସନ୍ତ କୁମାର ଦାଶ, ଡାକ୍ତର ନିରଂନ ବାରିକ, ରୋଟାରିୟାନ ବାଦଲ କୁମାର ମହାପାତ୍ର, ବସନ୍ତ କୁମାର ବାରିକ, ବିଶ୍ୱନାଥ ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ । ଗ୍ରାମାଂଚଳରେ ଏହି କାର୍ଯ୍ୟକ୍ରମ ପ୍ରଶଂସନୀୟ ବୋଲି ବରିଷ୍ଠ ନାଗରିକ ସରିତ କୁମାର ନାୟକ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ବାଇଧର ବିଶ୍ୱାଳ ମତବ୍ୟକ୍ତ କରି ଏହି ନିଶୁଳ୍କ ସେବା ଶିବିର ଭିନ୍ନ ଭିନ୍ନ ପଂଚାୟତରେ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ ।