Odiapua.com

ମାହାଙ୍ଗା ଡବଲ ମର୍ଡର ଘଟଣାରେ ନଭେମ୍ବର ୨୯ ତାରିଖ ରେ ତଦନ୍ତ ରିପୋର୍ଟ ଦେଇପାରିଲାନି ପୋଲିସ

କଟକ : ୩୦/୧୧ (ଓଡ଼ିଆ ପୁଅ/ଅଭୟ ଜେନା) କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଜେ ଏମ୍ ଏଫ ସି କୋର୍ଟ ମାହାଙ୍ଗା ପୋଲିସ କୁ ନଭେମ୍ବର ୨୯ ତାରିଖରେ ସମସ୍ତ ତଦନ୍ତ ରିପୋର୍ଟ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ୩ ସହଯୋଗୀ ଙ୍କ କଲ ରେକର୍ଡ ସଂଗ୍ରହ କରି କୋର୍ଟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସୋମବାର ମାହାଙ୍ଗା ପୋଲିସ ଏହା ଦାଖଲ କରିବା ପରିବର୍ତ୍ତେ କୋର୍ଟକୁ ପୁଣି ସମୟ ମାଗିଥିଲେ। ଯାହାକୁ ନେଇ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ପୋଲିସ ବିରୁଦ୍ଧରେ ପୁଣି ଏକ ପ୍ରୋଟେଷ୍ଟ ପିଟିସନ ଦାଖଲ କରିଛନ୍ତି। ତେବେ ଏହି ହତ୍ୟା ଘଟଣାରେ ପୋଲିସ ହତ୍ୟାକାରୀକୁ ଗିରଫ କରିବା ପରିବର୍ତ୍ତେ ତାକୁ ସୁରକ୍ଷା ଦେଉଛି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି।