Odiapua.com

ମାହାଙ୍ଗା ଗଣହତ୍ୟା ମାମଲା, ସରିଲା ଶିବ ସାହୁର ରିମାଣ୍ଡ ଅବଧି : ଗଲା ସାଲେପୁର ସବ ଜେଲ

କଟକ, ୧୭/୪ (ଓଡ଼ିଆ ପୁଅ /ଅଭୟ ଜେନା )କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଗଣହତ୍ୟା ଘଟଣା ରେ ଅଭିଯୁକ୍ତ ଶିବ ସାହୁର ରିମାଣ୍ଡ ଅବଧି ଶେଷ ହୋଇଛି। ଆଜି ରିମାଣ୍ଡ ଶେଷ ପରେ ସାଲେପୁର ଜେଏମଏଫସି କୋର୍ଟରେ ହାଜର କରିଥିଲା ପୋଲିସ। ଆଜି ରବିବାର ଛୁଟିଦିନ ଥିବାରୁ ଜେଏମ୍ ଏଫସିଙ୍କ ବାସଭବନରେ ଅଭିଯୁକ୍ତ ଶିବ ସାହୁକୁ ହାଜର କରାଯାଇଥିଲା।

ତେବେ କୋର୍ଟରେ ହାଜର ପୂର୍ବରୁ ଅଭିଯୁକ୍ତ ଶିବ ସାହୁର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଅଭିଯୁକ୍ତ ଶିବ ସାହୁକୁ ୩ ଦିନର ରିମାଣ୍ଡରେ ନେଇଥିଲା ମାହାଙ୍ଗା ପୋଲିସ। ରିମାଣ୍ଡ ସମୟରେ ଅଭିଯୁକ୍ତ ଶିବଠାରୁ ଅନେକ ତଥ୍ୟ ହାସଲ କରିଛି ପୋଲିସ। ସେହିପରି ଅଭିଯୁକ୍ତ ଶିବକୁ କ୍ରାଇମ ସ୍ପଟକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଥିଲା ପୋଲିସ। ପାରିବାରିକ ବିବାଦ ଏବଂ ଜମିଜମା ବିବାଦ କରାଣରୁ ବଡଭାଇ ପରିବାରର ୫ ଜଣଙ୍କ ହତ୍ୟା କରିଥିଲା ଅଭିଯୁକ୍ତ ଶିବ ସାହୁ। ସେ ସମସ୍ତଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲା। କିନ୍ତୁ ମୃତ ଅଲେଖ ସାହୁଙ୍କ ଶ୍ବଶୁର ଘର ଲୋକ ପୋଲିସର ତଦନ୍ତରେ ସନ୍ତୁଷ୍ଟ ନଥିବା କହିଛନ୍ତି। ସେପଟେ ମାମଲାର ତଦନ୍ତ ଚାଲିଥିବା ବେଳେ ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ ଅଧିକ ରିମାଣ୍ଡରେପୋଲିସ ନେଇପାରେ ବୋଲି କୁହାଯାଉଛି। ତେବେ ଶିବ କୁ ସାଲେପୁର ସବ ଜେଲ କୁ ପଠାଇ ଦିଆଯାଇଛି।