Odiapua.com

ମାସ୍କ ବଣ୍ଟନ କଲା ରାଇକିଆ ବଣିକ ସଂଘ

ବାଲିଗୁଡା,୭ା୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କରୋନା ମୁକାବିଲା ପାଇଁ ବିଭିନ୍ନ ସଙ୍ଗଠନ ଆଗକୁ ଆସୁଛନ୍ତି। କିଏ ସଚେତନତା କରୁଛି ତ ଆଉକିଏ ଆର୍ଥିକ ସହଯୋଗ କରୁଛନ୍ତି। ମଙ୍ଗଳବାର କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବଣିକ ସଂଘ ତରଫରୁ ବିଭିନ୍ନ ଅଞ୍ଚଳରେ ମାସ୍କ ବଣ୍ଟନ କରାଯାଇଛି। ଘରୁ କୌଣସି ଜରୁରି କାମରେ ପଦାକୁ ଆସିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ପରେ ସଂଘ ତରଫରୁ ଏଭଳି ନିଷ୍ପତ୍ତି ନିଆ ଯାଇଛି। ପ୍ରଥମ ପର୍ଯ୍ୟାୟ ରେ ରାଇକିଆ ବ୍ଲକର କାଲୁମାହା ଅଞ୍ଚଳରେ ଏହା ବଣ୍ଟନ କରାଯାଇଛି। ସଂଘ ସଭାପତି ସତ୍ୟବାନ ପାତ୍ର, ଉପସଭାପତି ତ୍ରିପତି ସୁବୁଦ୍ଧି, ସମ୍ପାଦକ ବିଜୟ ପଣ୍ଡା ଏବଂ ସଦସ୍ୟମାନେ ମାସ୍କ ବଣ୍ଟନ କରିଥିଲେ।