Odiapua.com

ମାସ୍କ ନପିନ୍ଧିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ପୁରୀ, ୨୫/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ଜିଲାରେ କରୋନା ସ୍ଥିତି ଏବେ ଅଣାୟତ ହେବାକୁ ବସିଲାଣି। ଗତ କାଲି ସୁଦ୍ଧା ୨୪ ଘଂଟା ମଧ୍ୟରେ ଜିଲାରେ ୨୦୩ ଟି କୋଭିଡ୍ ପଜେଟିଭ କେସ ଆସିଛି। ଫଳରେ ମୋଟ୍ଟ ପଜେଟିଭ ସଂଖ୍ୟା ୯୦୭୪ ରେ ପହଂଚିଥିବା ବେଳେ ସେଥିମଧ୍ୟରୁ ୬୯୯୩ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ଟିଭ କେସ ୨୦୮୦ ରହିଥିବା ବେଳେ ଜିଲାରେ ଗତକାଲି ସୁଧା ୪୦ ଜଣଙ୍କର ମୃତ୍ୟୁ ହୋଇଛି। ଜିଲାର ସୁସ୍ଥ ହାର ୮୦ ପ୍ରତିଶତ ରହିଛି। ତେବେ ଗତ ଅଗଷ୍ଟ ମାସରୁ ପୁରୀ ଜିଲାରେ କୋଭିଡ୍ ପଜେଟିଭ ସଂଖ୍ୟା ବଢି ଚାଲିଛି। ଯାହାକି ପ୍ରଶାସନ ର ଚିନ୍ତା ବଢିଚାଲିଛି। ବିଶେଷ କରି ଅନଲକ ପରେ ସଚେତନତା ଅଭାବରୁ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଅନେକ ସଠିକ ଭାବେ ମାସ୍କ ପିନ୍ଧୁ ନଥିବା ବେଳେ ସାମାଜିକ ଦୂରତା, ହାତ ଧୋଇବା ନିୟମ ପାଳନ କରୁ ନାହାନ୍ତି। ତେବେ ପୁରୀ ସହର ତଥା ଜିଲାରେ ଅମାନିଆଙ୍କୁ ସାବାଡ କରିବାକୁ ପୁରୀ ପୋଲିସ ପୁଣି ଅଂଟା ଭିଡିଛି। ପୁଣି ବିଭିନ୍ନ ଛକ ଓ ରାସ୍ତାରେ ମାସ୍କ ଚେକିଂ ଜୋରଦାର କରାଯିବ। ଅମାନିଆ ଙ୍କ ଠାରୁ ଫାଇନ ଆଦାୟ ମଧ୍ୟ ହେବ ବୋଲି ପୁରୀ ଏସପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି।