Odiapua.com

ମାସ୍କ ଚେକିଂ କରି ଦଶ ହଜାର ଟଙ୍କା ଜରିମାନା ଆଦାୟ

ବଲାଙ୍ଗୀର ୨୪-୦୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ମହାମାରୀ ଯୋଗୁଁ ଲୋକଙ୍କୁ ସଚେତନତା କରିବା ସହ ମାସ୍କ ପିନ୍ଧିବା କୁ ମଧ୍ୟ ଅନୁରୋଧ କରାଯାଇଛି। ହେଲେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକରେ ଲୋକେ ମାସ୍କ ମଧ୍ୟ ବ୍ୟବହାର କରୁନ ଥିବା ବେଳେ ଆଜି ମାଜିଷ୍ଟ୍ରେଟ ଭାଁବରେ ସଇଁନ୍ତଳା ଅତିରିକ୍ତ ତହସିଲଦାର ଡ଼ଃ ଲଳିତ ବାଗ ବରଗାଁ ଜାତୀୟ ରାଜପଥ ୨୬ରେ ବଡ଼ମାଲ ଓ ସଇଁନ୍ତଳା ପୁଲିସଙ୍କ ଉପସ୍ଥିତରେ ମାସ୍କ ନ ବ୍ୟବହାର କରୁଥିବା ଅମାନିଆଙ୍କ ଠାରୁ ପ୍ରାୟ ୧୦ ହଜାରରୁ ଅଧିକ ଟଙ୍କା ଆଦାୟ ହୋଇଥିବା ଶ୍ରୀ ବାଗ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଏହି ମାସ୍କ ଚେକିଂ ଓ ସାମାଜିକ ଦୂରତ୍ୱ ନିୟମ କୁ ଆହୁରି କଡାକଡି କରାଯିବ ବୋଲି ପ୍ରକାଶ କରିଛନ୍ତି।