Odiapua.com

ମାସର ପ୍ରଥମ ସୋମବାର ଜିଲ୍ଲା ସଦର ମହକୁମାରେ ମିଳିତ ଜନଶୁଣାଣି ଶିବିର, ୩୬ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ ମଞ୍ଜୁରୀ

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତ୍ୟେକ ମାସର ପ୍ରଥମ ସୋମବାର ଜିଲ୍ଲା ସଦର ମହକୁମାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନ ଶୁଣାଣି ଶିବିର ଆୟୋଜିତ ହୋଇଥାଏ । ନଭେମ୍ବର ମାସ ୬ ତାରିଖ ସୋମବାର ଅନୁଷ୍ଠିତ ମିଳିତ ଜନ ଶୁଣାଣି ଶିବିରରେ ଜିଲ୍ଲାପାଳ, ଭଦ୍ରକ, ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍‌.ପି.ଭଦ୍ରକ ବରୁଣ ଗୁଣ୍ଟୁପାଲି ଯୋଗ ଦେଇ ସମୁଦାୟ ୧୨୭ଟି ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ୧୦୫ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଓ ୨୨ଟି ସାମୂହିକ ସମସ୍ୟା ଭିତ୍ତିକ ଅଭିଯୋଗ ଥିଲା । ସି.ଏମ୍‌.ଆର୍‌.ଏଫ୍ ସମ୍ବନ୍ଧୀୟ ୧ଟି ଓ ରେଡ଼୍‌କ୍ରସ୍ ସମ୍ବନ୍ଧୀୟ ୫ଟି ଅଭିଯୋଗ ଥିଲା । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ର, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଏହି ଶିବିରରେ ଯୋଗଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ରେସନ କାର୍ଡ଼, ଧାନ ବିକ୍ରି, ଦିବ୍ୟାଙ୍ଗ ଭତ୍ତା, ଶ୍ରମିକ କାର୍ଡ଼, ରାସ୍ତା ଆଦି ସମସ୍ୟା ସହ ସାଳନ୍ଦୀ ଜଳସେଚନ, ଶିକ୍ଷା ଓ ଅନ୍ୟ ବିଭାଗ ସମ୍ବନ୍ଧୀୟ ସମସ୍ୟା ମୂଳକ ଅଭିଯୋଗ ଆଗତ ହୋଇଥିଲା । ବି.ଏମ୍‌.ଆର.ଏସ୍ ସମ୍ବନ୍ଧୀୟ ଜଣେ ଆବେଦନକାରୀଙ୍କୁ ୧୦ ହଜାର, ୫ଟି ରେଡ଼୍‌କ୍ରସ୍ ସମ୍ବନ୍ଧୀୟ ଆବେଦନକାରୀଙ୍କୁ ୨୬ ହଜାର ସମଦାୟ ୩୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ମଞ୍ଜୁର କରାଯାଇଅଛି । ରେଡ଼୍‌କ୍ରସ୍ ପାଣ୍ଠିରୁ ଚିକିତ୍ସା ଉଦ୍ଦେଶ୍ୟରେ ବାସୁଦେବପୁରର ରମାମଣି ରାଉଳଙ୍କୁ ୫ହଜାର ଟଙ୍କା, ବାହାନଗାରେ କରମଣ୍ଡଳ ରେଳ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଛାତ୍ର ଗେଲଟୁଆର ଶୁଭମ୍ ମହାନ୍ତିଙ୍କୁ ୧୦ ହଜାର ଟଙ୍କା, ବୋଡ଼କ, ତିହିଡ଼ିର ଗଦାଧର ବାରିକଙ୍କୁ ୬ହଜାର ଟଙ୍କା, କାଉପୁର, ଭଦ୍ରକର ବଂଶୀଧର ପଣ୍ଡାଙ୍କୁ ୩ହଜାର ଟଙ୍କା ଓ ଅନ୍ୟଜଣଙ୍କୁ ୨ ହଜାର ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।