Odiapua.com

ମାଷ୍ଟର ମାଇଣ୍ଡର ଟେର ପାଉନି ପ୍ରଶାସନ : ବଢି ଚାଲିଛି ନିଶା ଶିରଫ କାରବାର

ବଲାଙ୍ଗୀର ୨୯-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ନିକଟସ୍ଥ ପୁଇଁତଲା ନିକଟରେ ଗତ ବୁଧବାର ରାତି ଭୋର ସକାଳେ ବଲାଙ୍ଗୀର ପୋଲିସ ଏକ ବୋଲେରୋ ପିକଅପ ଗାଡିରୁ ୧୦ହଜାର ଚୋରା କଫସିରପ ଜବତ କରିବାରେ ସଫଳ ହୋଇଥିଲା। ହେଲେ ଏହି କାରବାର ଚଳାଉଥିବା ମୁଖ୍ୟ ମାଷ୍ଟର ମାଇଣ୍ଡ ବୋଲାଉ ଥିବା ପ୍ରଶାନ୍ତ ନେଗିକୁ ପୋଲିସ ଗିରଫ କରିବାରେ ଅସଫଳ ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଜମାଦର ଏ କାରବାର ନେଇ ସୂଚନା ପ୍ରଦାନ କରିଛନ୍ତି। ଏହି ବଲାଙ୍ଗୀର ଜିଲ୍ଲା ଓ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡ଼ିକରେ ବେଆଇନ ନିଶା କଫସିରପ କାରବାର ଏକ ନିର୍ଦ୍ଦିଷ୍ଟ ଗୋଷ୍ଟି ଚଳେଇ ଆସୁଥିବା ବେଳେ କଟକ ରୁ ରାଜ୍ୟ ର ସମସ୍ତ ଅଂଚଳକୁ ଚାଲାଣ ହେଉଥିବା ବେଳେ ଏହି ସବୁ କେଉଁଠି ପ୍ରସ୍ତୁତ କରାଯାଉଛି। ସେ ନେଇ କିଛି ସୂଚନା ନ ଥିବା ପ୍ରକାଶ କରିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବଲାଙ୍ଗୀର ପୋଲିସ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଦଳ ଗଠନ କରି ବଲାଙ୍ଗୀରରୁ ସୋନପୁର ମୁଖ୍ୟ ରାଜପଥ କୁ ବ୍ଲକ କରି ଦେଇ ତରଭା ଠାରେ ଯୋଜନା ମୁତାବକ ଛପି ରହିଥିଲେ। ଭୋର ସକାଳ ପ୍ରାୟ ୫ ଟା ରେ ସୋନପୁର ଦେଇ ବଲାଙ୍ଗୀର ଆସୁଥିବା ଏକ ବୋଲେରୋ ପିକଅପ ଗାଡି ନଂ ଓ ଆର୧୭ଆର୨୦୯୭ ସୋନପୁର ପଟୁ ଆସି ତରଭା ଅତିକ୍ରମ କରିବା ବେଳେ ଜଗିରହିଥିବା ପୋଲିସ ଟିମ ଗାଡ଼ି କୁ ଅଟକେଇବା ଚେଷ୍ଠା କରିଥିଲେ।ହେଲେ ଗାଡି ନ ରହି ଫେରାର ଉଦ୍ୟମ କରିଥିଲା।ପୋଲିସ ଟିମ ପଛରୁ ଉକ୍ତ ଗାଡି କୁ ଧରିବା ପାଇଁ ଚେଷ୍ଟା କରୁଥିବା ବେଳେ ଉକ୍ତ ଗାଡି ଏକ ଠିଆହୋଇ ଥିବା ଟ୍ରକ କୁ ଧକ୍କା ଦେଇଥିଲା, ଓ ସେଠି ପୋଲିସ ସବାର ଥିବା ଅଭିଯୁକ୍ତ ଙ୍କ ସହ ଗାଡି କୁ ଜବତ କରିଥିଲା। ଉକ୍ତ ଗାଡି ରେ ମୁଖ୍ୟ ମାଷ୍ଟର ମାଇଣ୍ଡ ବୋଲାଉ ଥିବା ଗୋବିନ୍ଦ ନେଗି ଓରଫ ସାନ ର ମୁଖ୍ୟ ସହଯୋଗୀ, ବଲାଙ୍ଗୀର ମାଲପଡା ର ପ୍ରଶାନ୍ତ ଖେତି, ନିଜେ ଉକ୍ତ ଗାଡି ଚଳାଉ ଥିବା ବେଳେ, ତା ସହ ନୟାଗଡ଼ ଜିଲ୍ଲା ଓଡ଼ଗାଁ ର ସୁଶୀଲ ବାରିକ ଓ ବଲାଙ୍ଗୀର ବରପାଲି ପଡ଼ା ର ରାଜୁ ପ୍ରଧାନ କୁ ପୋଲିସ କାବୁ କରିଥିଲେ। ଏହି କାରବାର ର ମାଷ୍ଟର ମାଇଣ୍ଡ ସାନ ଏକ ସ୍କରପିଓ ଯୋଗେ କଟକ ରୁ ଉକ୍ତ ଗାଡି କୁ ସୁରକ୍ଷା ଦେଇ ଆସୁଥିବା ବେଳେ ସେ କୌଶଳ କ୍ରମେ ଫେରାର ହୋଇଯାଇଥିବା ବେଳେ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦିଆଯାଇଛି। ଉକ୍ତ ଜବତ ନିସା କଫସିରଫ ଦୁଇଟି ବ୍ରାଣ୍ଡ ର ଯଥା ଏସକଫ ୪୮ କାର୍ଟୁନ ଓ ରୋକୋଡ୍ରିଲ ୩୦ କାର୍ଟୁନ ସମୁଦାୟ ୧୦ହଜାର ୬୮୦ ଗୋଟି ବୋତଲ ଥିବା ଓ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ସିଲ କରାଯାଇଥିବା ସୂଚନା ପ୍ରଦାନ କରାଯାଇଛି। ତେବେ ଏହି କାରବାର ଦିନକୁ ଦିନ ବଢିଚାଲିଥିବା ବେଳେ ଏହାର ପ୍ରସ୍ତୁତି ଓ ଚାଲାଣ ନେଇ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଯୁବ ସମାଜ ବିପଥଗାମୀ ହେବା ସୁନିଶ୍ଚିତ।