Odiapua.com

ମାଷ୍ଟର କ୍ୟାଂଟିନ ଛକରୁ ଯୋଦ୍ଧା ଘୋଡ଼ା ସ୍ଥାନନ୍ତର ନକରିବାକୁ ଜଟଣୀ ବିଧାୟକ ସୁର ରାଉତରାୟ ରାଜ୍ୟ ପାଳଙ୍କ ହସ୍ତକ୍ଷେପ ଲୋଡିଲେ

ଭୁବନେଶ୍ୱର ୨୯.୬ (ଓଡ଼ିଆ ପୁଅ)- ଆଜି ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ମାଷ୍ଟର କ୍ୟାଂଟିନ ଛକୁ ଯୋଦ୍ଧା ଘୋଡ଼ା ସ୍ଥାନାନ୍ତର ନକରିବା ପାଇଁ ରାଜ୍ୟ ସରକାରଙ୍କୁ ଉପଦେଶ ଦେବାକୁ ମାନ୍ୟବର ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ରାଉତରାୟ ରାଜଭବନ ଯାଇ କୋଭିଡ ନିୟମ ଅନୁପାଳନ କରି ରାଜ୍ୟପାଳଙ୍କ ନିକଟକୁ ସ୍ମାରକପତ୍ର ପଠାଇଦେଇଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ ମାଷ୍ଟର କ୍ୟାଂଟିନର ଯୋଦ୍ଧା ଘୋଡ଼ା ଓଡ଼ିଆ ଜାତିର ଭାବାବେଗ ସହିତ ଜଡିତ। ଏହା ସ୍ୱର୍ଗତ ସ୍ଥପତି ରଘୁନାଥ ମହାପାତ୍ରଙ୍କ ଦ୍ୱାରା ନିର୍ମିତ। ପୂର୍ବତନ ମୁଖ୍ୟ ମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଏଠାରେ ଏହା ସ୍ଥାପନ କରିଥିଲେ। ଡ.ହରେକୃଷ୍ଣ ମହତାବଙ୍କୁ ଠାରୁ ବିଜୁ ପଟ୍ଟନାୟକ, ନନ୍ଦିନୀ ଶତପଥି, ସତ୍ୟପ୍ରିୟ ମହାନ୍ତି, ଚିନ୍ତାମଣି ପାଣିଗ୍ରାହୀ ପ୍ରଭୃତି ଓଡ଼ିଶାର ଦିବଗଂତ ଜନନାୟକ ମାନଙ୍କ ପ୍ରେରଣା ଓ ଉପଦେଶରେ ଏହି ମୂର୍ତିକୁ ଏଠାରେ ସ୍ଥାନିତ କରାଯାଇଥିଲା। ରାଜ ମହଲ ଛକ ଭୁବନେଶ୍ୱରର କେନ୍ଦ୍ର ବିନ୍ଦୁ। ରେଳ ଷ୍ଟେସନ ଓ ସଚ୍ଚିବାଳୟର ମଧ୍ୟ ସ୍ଥଳୀରେ ଏହା ସ୍ଥାନିତ ହୋଇ ଓଡ଼ିଆ ଜାତିର ସ୍ୱର୍ଣ୍ଣିମ ଇତିହାସ, କୀର୍ତିର ନିଦର୍ଶନ ହୋଇଛି। ଯଦି ସ୍ମାର୍ଟସିଟିର ବିକାଶ ଯୋଜନାରେ ମାଷ୍ଟର କ୍ୟାଂଟିନ ଛକର ଆଧୁନୀକିକରଣ କରାଯାଉଛି ତାହାର ଆମେ ପରିପନ୍ଥ୍ି ନୁହେଁ। ମାତ୍ର ଏହି ମୂର୍ତିର ସ୍ଥାନାନ୍ତର ନକରିବା ପାଇଁ ରାଜ୍ୟପାଳ ହସ୍ତକ୍ଷେ କରିବା ପାଇଁ ଶ୍ରୀ ରାଉତରାୟ ନିବେଦନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମନୋରଞ୍ଜନ ଦାଶ, ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ବୁନା ମହାନ୍ତି, ବିକ୍ରମ କେଶରୀ ସୁନ୍ଦରାୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ।