Odiapua.com

ମାଳିସାହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଷୋଡ଼ଶ ବାର୍ଷିକ ଉତ୍ସବ

ନୟାଗଡ଼, ୧୮ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଷୋଡ଼ଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟା ମନ୍ଦିରର ସଭାପତି ଅନ୍ତର୍ଯ୍ୟାମୀ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଡ.ପ୍ରିତୀକାନ୍ତି ପଣ୍ଡା ଯୋଗଦେଇ ଶିଶୁ ମାନଙ୍କର ଅନ୍ତର୍ନିହିତ ଜ୍ଞାନର ବିକାଶ ଉପରେ ଆଲୋକପାତ କରିଥିବାବେଳେ ମୁଖ୍ୟବକ୍ତା ଭାବେ କବି ଚନ୍ଦ୍ର ବିଜୟୀ ମିଶ ଯୋଗଦେଇ ଶିଶୁମାନଙ୍କ ଏକାଗ୍ରତା, ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ଅନ୍ୟତମ ସମ୍ମାନୀତ ଅତିଥିଭାବେ ପ୍ରଧାନଶିକ୍ଷକ ବିମଳ ପଟ୍ଟନାୟକ, ପରିଚାଳନା ସମିତି କୋଷାଧ୍ୟକ୍ଷ ତ୍ରିନାଥ ମହାପାତ୍ର, ସଂପାଦକ ପ୍ରକାଶ ଚନ୍ଦ୍ର ସ୍ୱାଇଁ ଯୋଗଦେଇଥିବାବେଳେ ପ୍ରଧାନଆଚାର୍ଯ୍ୟ ମନୋରଂଜନ ପଣ୍ଡା ସଂପାଦକୀୟ ବିବରଣୀ ପାଠ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବହୁ ସଂଖ୍ୟାରେ ଦର୍ଶକ ଯୋଗଦେଇ ଶିଶୁମାନଙ୍କର କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।