Odiapua.com

ମାଳଦା ଗଜଲକ୍ଷ୍ମୀପୂଜା ଓ ମହୋତ୍ସବ ଉଦଯାପିତ

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନସ୍ଥ ମାଳଦା ବଣିକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜା ଓ ମହୋତ୍ସବ ଶନିବାର ଉଦଯାପିତ ହୋଇଯାଇଛି । ପ୍ରକାଶ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟଅତିଥି, ଡା.ପ୍ରଦୀପ ନାୟକ ମୁଖ୍ୟବକ୍ତା, ବିଜେପି ବିଧାନସଭା କ୍ଷେତ୍ରୀୟ ନେତା ବଦ୍ରୀନାରାୟଣ ଧଳ, ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ମଣ୍ଡଳ ସଭାପତି ଶ୍ରୀଧର ସ୍ୱାଇଁ, ଚଳଚିତ୍ର ଅଭିନେତ୍ରୀ ଜିନା ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭଣ୍ଡାରୀପୋଖରୀ ଅଞ୍ଚଳର ଐତୀହ, ସଂସ୍କୃତି ସମ୍ପର୍କରେ ଆଲୋଚନା କରିବା ସହ ମହୋତ୍ସବ ପାଳନର ଉପଯୋଗୀତା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରହଣିଆ ସରପଞ୍ଚ ରଞ୍ଜନ ପରିଡା, ରହଣିଆ ସମବାୟ ସମିତି ସଭାପତି ସାଗର ଲେଙ୍କା, ସୁବନେତା ସତ୍ୟଜିତ ପାଣିଗ୍ରାହୀ, ମହୋତ୍ସବ କମିଟି ସଭାପତି ରବିନାରାୟଣ ଖିଲାର, ବଣିକ ସଂଘ ସଭାପତି କମଳାକାନ୍ତ ସାମଲ ମଞ୍ଚରେ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକାଶ ନାୟକ ଅତିଥି ପରିଚୟ ଓ ସଂଘ ସମ୍ପାଦକ ତଥା ସାମ୍ବାଦିକ ରାଜେନ୍ଦ୍ର ଶତପଥି ଧନ୍ୟବାଦ ଦେଇଥିଲେ । ଅଭିନେତ୍ରୀ ଜିନାଙ୍କ ସଙ୍ଗୀତ ପରିବେଷଣ, ମାଳଦା ଶିଶୁମନ୍ଦିର ଓ ବିରୋଳି ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଚିତ୍ତକର୍ଷକ ହୋଇଥିଲା । ଅଜୟ ବାରିକ, ନିଶିକାନ୍ତ ସୂତାର, କାହ୍ନୁ ବାରିକ, ଅଦୈତ ପରିଡା, ମୁନା ଧଳ, ଚନ୍ଦ୍ରଶେଖର ମହାନ୍ତି, ରମାକାନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।