Odiapua.com

ମାଳଆନନ୍ଦପୁର ପ୍ରାକ୍ତନ ସରପଂଚଙ୍କ ଅକାଳ ବିୟୋଗ

ଯାଜପୁର ୧ା୧୧ (ଓଡିଆ ପୁଅ) ମାଳଆନନ୍ଦପୁର ପଂଚାୟତର ପ୍ରାକ୍ତନ ସରପଂଚ ଟୁନି ଧଳ(୫୨)ଙ୍କର ଗତକାଲି ରାତିରେ ଅକାଳ ବିୟୋଗ ଘଟିଛି। ଗତକିଛି ଦିନହେଲା ସେ ପୋଟରୋଗରେ ପୀଡିତ ଥିଲେ। ସେ ଗତ ୨୦୧୨ରୁ ୨୦୧୭ଯାଏ ମାଳଆନ୍ଦପୁର ପଂଚାୟତର ସରପଂଚ ହୋଇ ବହୁ ଜନହିତକର ଓ ସମାଜକଲ୍ୟାଣ କାର୍ଯ୍ୟକରି ବେଶ ଲୋକପ୍ରିୟ ହୋଇପରିଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ଖବର ପାଇ ୨୯ନମ୍ବର ଜିଲାପରିଷଦ ସଭ୍ୟା ମଧୁସ୍ମିତା ଧଳ, ସ୍ଥାନୀୟ ସରପଂଚ ବିଶ୍ୱନାଥ ସ୍ୱାଇଁ, ସମିତିସଭ୍ୟ ରାଜ କିଶୋର ସ୍ୱାଇଁ, ସମାଜସେବୀ ଦୈତାରୀ ଧଳ, ପ୍ରତାପ ଧଳ, ବାସୁଦେବ ପରିଡା, ଗୋଲେଖ ଚନ୍ଦ୍ର ମାଝି, ଶରତ ଚନ୍ଦ୍ର ଧଳ, ଦିଲ୍ଲୀପ ଧଳ, ଆନନ୍ଦ ପାଳ, ରମେଶ ସାହୁ, ଲିଙ୍ଗେଶ୍ୱର ଉନ୍ନୟନ କମିଟିର କର୍ମକର୍ତା, ସଦସ୍ୟ, ବୁଦ୍ଧିଜୀବୀ ପ୍ରମୁଖ ରାଜନୈତିକ ନେତୁବୃନ୍ଦ ତାଙ୍କ ଶବାଧାର ନିକଟରେ ପହଂଚି ଶ୍ରଦ୍ଧାସୁମନ ଅର୍ପଣ ସହ ସଂସ୍କାର କାର୍ଯରେ ସାମିଲ ହୋଇଥିଲେ। ଯାଜପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ(ବବି ) ମଧ୍ୟ ପହଂଚି ଶୋକସନ୍ତପ୍ତ ପରିବାରଙ୍କୁ ସ୍ୱାନ୍ତନା ପ୍ରଦାନ କରିବା ସହ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଥିଲେ। ଶବାଧାର ନିକଟରେ ସ୍ୱାମୀ ବିଦ୍ୟାଧର ଧଳ, ଦେଢଶୁର ଗଦାଧର ଧଳ, ସଦାନନ୍ଦ ଧଳ, ଝିଅ-ଜ୍ୱାଇ, ପୁଅ-ବୋହୂ ଆଦି ପରିବାର ବର୍ଗ ଉପସ୍ଥିତ ଥିଲେ। ତାଙ୍କ ଶବକୁ ଶୋଭାଧାରରେ ଗାଁ ପରିକ୍ରମା କରାଯାଇ ପବିତ୍ର ବୈତରଣୀ କୂଳସ୍ଥ ଶଶ୍ମାନ ଘାଟରେ ଅନ୍ତିମ ସକ୍ରାର କରାଯାଇଥିଲା। ତାଙ୍କ ପୁଅ ସୁକାନ୍ତ ମୁଖାଗ୍ନି ଦେଇଥିଲେ।