Odiapua.com

ମାଲ୍ୟବନ୍ତ ମହୋତ୍ସବ ପାଇଁ ମୋଟୁ ଠାରେ ମାଗଣାରକ୍ତଦାନ ଶିବିର,୨୩ ୟୁନିଟ ରକ୍ତ ସଂଗ୍ରହ

ମାଲକାନଗିରି,୩ା୨(ଓଡିଆ ପୁଅ )ମାଲ୍ୟବନ୍ତ ମହୋତ୍ସବର କଳସ ଯାତ୍ରା ଅବସରେ ସୀମାନ୍ତ ମୋଟୁ ତ୍ରୀନଦୀ ସଙ୍ଗମ ସ୍ଥଳ ମୁଗିପଏଟଂ ମଧୂସୁଦନ ପାର୍କ ଠାରେ ମାଗଣା ରକ୍ତଦାନ ଶିବିର ଅନୁଷ୍ଟିତ ହୋଇ ଯାଇଛି,ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ପ୍ରଥମେ ରକ୍ତଦାନ ଏହି ଶିବିରକୁ ଉଦଘାଟନ କରିଥିଲେ । କଳସ ସୋଭା ଯାତ୍ରା ନୃତ୍ୟ ସଂଗୀତରେ ଦର୍ଶକମାନେ ମଜଗୁଲ ଥିବା ବେଳେ ଏମଭି୭୯ ଡ.ଶ୍ୟାମାପ୍ରସାଦ ଡିଗ୍ରୀକଲେଜର ଛାତ୍ର ଛାତ୍ରୀ ଓ କିଛି ସ୍ଥାନୀୟ ଯୁବକ ମାନେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାମାଲ୍ୟବନ୍ତ ମହୋତ୍ସବ କମିଟି ଆୟୋଜନ କରିଥିବା ବେଳେ ଏମଭି୭୯ ଡ.ଏସ.ପି କଲେଜ ର ଅଧ୍ୟକ୍ଷ,ଅଧ୍ୟାପିକା ଛାତ୍ର ଛାତ୍ରୀ ମାନେ ଓ ଜିଲ୍ଲାରେଡକ୍ରସ ଆବାହକ ଅଧ୍ୟାପକ ରଂଜନସ୍ୱାଇଁ ପରିଚାଳନା କରିଥିଲେ । ଏହି ଶିବିରରୁ ୨୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।ଜିଲ୍ଲାରକ୍ତା ଭଣ୍ଡାର ଡାକ୍ତର ମୌସୁମୀ ବିଶ୍ୱାସ,ଟେକନିସିଆନ ସୁଜଲ ରାୟ,ସନ୍ତୋଷ ଚୌଧୁରୀ,ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।